17.1 C
Bhubaneswar
Wednesday, February 4, 2026
Homeଓଡିଶାଜନଔଷଧି କେନ୍ଦ୍ର ପରିଦର୍ଶନ କରିଛନ୍ତି ଯାଜପୁର ସାଂସଦ

ଜନଔଷଧି କେନ୍ଦ୍ର ପରିଦର୍ଶନ କରିଛନ୍ତି ଯାଜପୁର ସାଂସଦ

ଯାଜପୁର: ଯାଜପୁରରେ ଜନ ଔଷଧି ଦିବସ ପାଳିତ ହୋଇଯାଇଛି। ସଂଜୀବନୀ ସାଜିଛି ଜନଔଷଧୀ । ପ୍ରଧାନମନ୍ତ୍ରୀଙ୍କ ବିକାଶିତ ଭାରତ ସ୍ବପ୍ନରେ ବହୁ କମ ମୂଲ୍ୟରେ ମିକୁଛି ଗୁଣାତ୍ମକ ଔଷଧ । ଉପକୃତ ହେଉଛନ୍ତି ସାଧାରଣ ଗରିବ ରୋଗୀ । ଜନ ଔଷଧି ଦିବସରେ ଯାଜପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସାମ୍ନା ରେ ଥିବା ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ପରିଦର୍ଶନ କରିଛନ୍ତି ଯାଜପୁର ସାଂସଦ ଡ଼.ରବୀନ୍ଦ୍ର ନାରାୟଣ ବେହେରା। ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ରେ ବହୁ କମ ଅର୍ଥରେ ସମସ୍ତ ପ୍ରକାର ର ଔଷଧ ଉପଲବ୍ଧ ହୋଇଥାଏ। ଏହି ଅବସରରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ ଚନ୍ଦ୍ର ବଳ ଯୋଗ ଦେଇ ଜିଲ୍ଲାରେ ୬ଟି ଜନ ଔଷଧୀ କେନ୍ଦ୍ର ଥିବା ବେଳେ ଆଗାମୀ ଦିନରେ ମେଡ଼ିକାଲ ପରିସରରେ ଜନ ଔଷଧି କେନ୍ଦ୍ର ଖୋଲାଯିବ ବୋଲି ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜନ ଔଷଧି କେନ୍ଦ୍ରର ପରିଚାଳକ ହଳଧର ପାଣ୍ଡବ, ହିମାଂଶୁ ଶେଖର ପାଣ୍ଡବଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ, ସଚେତନ ନାଗରିକ ମାନେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking