ଯାଜପୁର: ପୁଣି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କର ମେଳି । ଭଦ୍ରକର ମଣ୍ଡଳ ଦମ୍ପତ୍ତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ । ବୈଠକରେ ବିଧାୟିତା ପ୍ରମିଳା ମଲ୍ଲିକଙ୍କ ସହ ପ୍ରଣବ ପ୍ରକାଶ ଦାସ, ଶର୍ମିଷ୍ଠା ସେଠୀ, ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ ଯାଜପୁର ବିଧାୟିକା ସୁଜାତା ସାହୁ , ସୁକିନ୍ଦା ପୂର୍ବତନ ବିଧାୟକ ପ୍ରୀତି ରଞ୍ଜନ ଘଡାଇ, ଧର୍ମଶାଳା ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ସମେତ ବହୁ ନେତା ଉପସ୍ଥିତ ରହିଛନ୍ତି । ଗତକାଲି ବିଜେଡିରୁ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳକୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବନ କରାଯାଇଥିଲା । ଏହି ମେଳି ନୂଆ ନୁହେଁ ଏହା ପୂର୍ବରୁ ଦୁଇ ଦୁଇ ଥର ମେଳି ବସିଥିଲା ।










