29.1 C
Bhubaneswar
Sunday, February 8, 2026
Homeଓଡିଶାଶିଶୁ ଶ୍ରମିକ ନିରାକରଣ ସମ୍ବନ୍ଧୀୟ ଯାଜପୁର ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ

ଶିଶୁ ଶ୍ରମିକ ନିରାକରଣ ସମ୍ବନ୍ଧୀୟ ଯାଜପୁର ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ

ଯାଜପୁର: ଜିଲ୍ଲାପାଳ ଶ୍ରୀମତି ପି ଅନଭେଶା ରେଡ୍ଡୀ ଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅଦ୍ୟ ମଙ୍ଗଳବାର ଅତିରକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବକ୍ରୀଷ୍ଣ ଜେନା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଳାସ୍ତରୀୟ ଶିଶୁ ଶ୍ରମିକ ଟାସ୍କଫୋର୍ସ କମିଟିର ସଚିବ-ସଦସ୍ୟ ଆବାହକ ତଥା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁଧିର କୁମାର ସାହୁ ଏହି ବୈଠକର ଉଦ୍ଦେଶ୍ୟ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ବନ୍ଧରେ ଉପସ୍ଥିତ ସଦସ୍ୟ ମାନଙ୍କୁ ସୂଚନା ପ୍ରଦାନ କରିବା ସହିତ ଖୁବ ଶୀଘ୍ର ଜିଲ୍ଲାପାଳଙ୍କ ସ୍ଥିରୀକୃତ ବ୍ଲକ ଏବଂ ମାର୍କେଟ ମାନଙ୍କରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା ଉପରେ ଚଢଉ କରି ଶିଶୁ ଶ୍ରମିକ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯିବା ସହିତ ସମ୍ପୃକ୍ତ ମାଲିକ ମାନଙ୍କ ବିରୁଦ୍ଧରେ ଶିଶୁ ଏବଂ କିଶୋର ଶ୍ରମିକ (ନିଷେଧ ଏବଂ ନିୟନ୍ତ୍ରଣ) ଆଇନ, ୧୯୮୬ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ l ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ଏଇ ଚଢାଉ କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିବା ସହିତ ଆସନ୍ତା ୧୭ ତାରିଖରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନଙ୍କ ଦ୍ୱାରା ଆହୂତ ରାଜ୍ଯସ୍ତରୀୟ ବୈଠକରେ ସମସ୍ତ ସଦସ୍ୟ ଆଭାସୀ ମାଧ୍ୟମରେ ଯୋଗ ଦେଇ ନିଜର ମତାମତ ରଖିବାକୁ ସୂଚନା ଦେଇଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜେନା ତାଙ୍କ ଭାଷଣରେ ସବୁ ବିଭାଗ ମିଳି ମିଶି କାମ କଲେ ଆମ ଜିଲ୍ଲା ନିଶ୍ଚିନ୍ତ ଭାବେ ଶିଶୁ ଶ୍ରମିକ ମୁକ୍ତ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ l

ଏହି ଅବସରରେ କମିଟିର ଉପସ୍ଥିତ ସଦସ୍ୟ ମାନଙ୍କୁ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସଞ୍ଜିତ କୁମାର ଦେଓ ବୈଠକ ପରିଚାଳନା କରିବା ସହିତ ନିଜ ଘରେ କୌଣସି ଶିଶୁ ଶ୍ରମିକ ନିୟୋଜିତ ନ କରିବା ପାଇଁ ସମସ୍ତ ସଦସ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ l ଅନ୍ୟତମ ସହକାରୀ ଶ୍ରମ ଅଧିକାରିଣୀ ଶ୍ରୀମତୀ ସୁନନ୍ଦା ବିଶ୍ଵାଳ ଶିଶୁ ଶ୍ରମିକ ସମ୍ବନ୍ଧୀୟ ଥିବା ନିୟମ କୁ ଅତି ବିସ୍ତୃତ ଭାବେ କମିଟି ସଦସ୍ୟ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ l ଉକ୍ତ ବୈଠକରେ ଯାଜପୁର ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଦସ୍ୟ ସଚିବ ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ କର, ଶିଶୁ ମଙ୍ଗଳ ସମିତି ସଦସ୍ୟ ଶ୍ରୀ ଜୟନ୍ତ ଗୋସ୍ଵାମୀ, ଭାରପ୍ରାପ୍ତ ଜିଲ୍ଲା ସାମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସରୋଜିନୀ ଦାସ, ଚାଇଲ୍ଡ ଲାଇନ କର୍ମକର୍ତ୍ତା, ରୁଚିକା ଓ ଆସପାୟର ଏନଜିଓ ର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ l ସଭା ଶେଷରେ ସହକାରୀ ଶ୍ରମ ଅଧିକାରିଣୀ ଶ୍ରୀମତୀ ସୁନନ୍ଦା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking