24.1 C
Bhubaneswar
Wednesday, March 11, 2026
Homeଓଡିଶାଯାଜପୁର ଜିଲ୍ଲାସ୍ତରୀୟ ସ୍କାଉଟ୍ ଏବଂ ଗାଇଡ କ୍ୟାମ୍ପୋରୀ ଉଦଘାଟନୀ ଉତ୍ସବ

ଯାଜପୁର ଜିଲ୍ଲାସ୍ତରୀୟ ସ୍କାଉଟ୍ ଏବଂ ଗାଇଡ କ୍ୟାମ୍ପୋରୀ ଉଦଘାଟନୀ ଉତ୍ସବ

ଯାଜପୁର: ଶନିବାର ଯାଜପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯାଜପୁରଠାରେ ଜିଲ୍ଲାସ୍ତରୀୟ ସ୍କାଉଟ୍ ଗାଇଡ କ୍ୟାମ୍ପୋରୀ ୨୦୨୫ର ଉଦଘାଟନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଯାଜପୁର ଡ. ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇ ଉଦ୍ଘାଟନ କରିଥିଲେ। ଜିଲ୍ଲା ଭାରତ ସ୍କାଉଟ୍ ଗାଇଡର ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ବାରିକ ସଭାପତିତ୍ବ କରିଥିଲେ। ଜିଲ୍ଲା ସ୍କାଉଟ୍ ଏବଂ ଗାଇଡ ସମ୍ପାଦକ ଶ୍ରୀଯୁକ୍ତ ଶମ୍ଭୁନାଥ ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ଉକ୍ତ ସଭାରେ ଜିଲ୍ଲା ଗାଇଡ କମିଶନର ତଥା ଯାଜପୁର ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀମତୀ ସ୍ମୃତିରେଖା ନାୟକ, ଜିଲ୍ଲା କମିଶନର (କବ୍) ତଥା ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଆଲୋକ କୁମାର ବନ୍ଧ, ଜିଲ୍ଲା କମିଶନର ସ୍କାଉଟ୍ ଶ୍ରୀଯୁକ୍ତ ରବି ପ୍ରସାଦ ସାମଲ, ଜିଲ୍ଲା ମୁଖ୍ୟାଳୟ କମିଶନର ଶ୍ରୀଯୁକ୍ତ ବିଶ୍ବମ୍ବର ମିଶ୍ର, ଶ୍ରୀଯୁକ୍ତ ମିହିର ରଞ୍ଜନ ନାୟକ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ଜହିରୁଦ୍ଦିନ୍ ଖାଁ, ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ବେହେରା, ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଅବିନାଶ ଖୁଣ୍ଟିଆ, ଏବଂ ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ସଭା ପରିଚାଳନା କରିଥିଲେ। ଉକ୍ତ ଉତ୍ସବରେ ଯାଜପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନ ଶିକ୍ଷକ ! ୫୨ ଜଣ ସ୍କାଉଟ୍ ମାଷ୍ଟର ଓ ଗାଇଡ କ୍ୟାପଟେନ ଏବଂ ୬୫୨ ଜଣ ସ୍କାଉଟ୍ ଓ ଗାଇଡସ୍ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସହଯୋଗ କରିଥିଲେ। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଉପସ୍ଥିତ ସ୍କାଉଟ୍ ଓ ଗାଇଡ ମାନଙ୍କୁ ବିଭିନ୍ନ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ। ସର୍ବଶେଷରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଯାଜପୁରର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜୟଶ୍ରୀ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking