30.1 C
Bhubaneswar
Thursday, February 12, 2026
Homeଓଡିଶାଯାଜପୁର ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ 

ଯାଜପୁର ଜିଲ୍ଲାସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ 

ଯାଜପୁର  : ଯାଜପୁର ଜିଲ୍ଲାର ଯାଜପୁର ରୋଡ ସ୍ତିତ ସନ୍ତରାସ୍ଥିତ ‘ସଂସ୍କୃତି ଭବନ’ ଠାରେ ବୁଧବାର ପୂର୍ବାହ୍ନରେ ‘ଯାଜପୁର ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମବାୟ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ମନ୍ତ୍ରୀ ଡ଼. ପ୍ରଦୀପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରୋ ମନ୍ତ୍ରୀ ଡ଼. ବଳସାମନ୍ତ ୬୮୧ ଜଣ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ୦୩ କୋଟି ୪୦ ଲକ୍ଷ ୦୩ ହଜାର ୮୦୦ ଟଙ୍କାର ସହାୟତା ରାଶି ବଂଟନ କାର୍ଯ୍ୟକ୍ରମରେ ଭାଗ ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ବିଷୟରେ ଉପସ୍ଥିତ ଶ୍ରମିକ ଓ ଅନ୍ୟମାନଙ୍କୁ ବୁଝାଇଥିଲେ । ନିର୍ମାଣ ଶ୍ରମିକ ଏବଂ ଅଣ-ସଂଗଠିତ ଶ୍ରମିକମାନେ ନିଜ ନିଜର ଦାୟିତ୍ୱବୋଧକୁ ଭଲ ଭାବେ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ କୋରାଇ ବିଧାୟକ ଆକାଶଦାସ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିର୍ମାଣ ଶ୍ରମିକମାନଙ୍କୁ ମିଳୁଥିବା ବିଭିନ୍ନ ଯୋଜନା ସଂର୍ପକରେ ଆଲୋକପାତ କରିବା ସହ ରାଜ୍ୟ ସରକାରଙ୍କ ପ୍ରତିଶୃତିବଦ୍ଧତା ଉପରେ କହିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ଯୋଗ ଦେଇ ସରକାରଙ୍କ ଯୋଜନା ଉପରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ସହକାରୀ ଶ୍ରମ ଅଧିକାରୀ ସଂଜିତ୍ କୁମାର ଦେଓ ଅତିଥି ପରିଚୟ ଏବଂ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରୀ ସୁଧିର କୁମାର ସାହୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଜରିଆରେ ଦିଆଯାଉଥିବା ବିଭିନ୍ନ ସହାୟତା ଯୋଜନା ଉପରେ ବିସ୍ତୃତ ଟିପ୍ପଣୀ ରଖିଥିଲେ । ଏଠାରେ ନୂତନ ଭାବେ ଯୋଗ ଦେଇଥିବା ପ୍ରଭାଗୀୟ ଶ୍ରମ ଆୟୁକ୍ତ (ଡି.ଏଲ.ସି) ସତ୍ୟନାରାୟଣ ଆଚାର୍ଯ୍ୟ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିବା ସହ ସେମାନଙ୍କ ପାଇଁ ଥିବା ବହୁ ଆଇନ ସଙ୍ଗତ ଦିଗ ଉପରେ ଆଲୋକପାତ କରିଥିଲେ । ଯୁଗ୍ମ ଶ୍ରମ ଆୟୁକ୍ତ (ଜେ.ଏଲ.ସି) ଶିବ ଶଙ୍କର ମିଶ୍ର ନିର୍ମାଣ ଶ୍ରମିକ ଓ ଅଣ-ସଂଗଠିତ ଶ୍ରମିକମାନଙ୍କୁ ସଚେତନ କରିବା ସହ ୨୦୦୯ ମସିହାରୁ ଏହି ଯୋଜନା ରାଜ୍ୟରେ ଆରମ୍ଭ ହୋଇଥିବା ବେଳେ କେବଳ ଯାଜପୁର ଜିଲ୍ଲାରେ ବିଭିନ୍ନ ଯୋଜନାରେ ଆଜି ପର୍ଯ୍ୟନ୍ତ ୮୦ କୋଟିରୁ ଉର୍ଦ୍ଧ ଟଙ୍କାର ସହାୟତା ରାଶି ବଂଟା ଯାଇଛି ବୋଲି ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସହକାରୀ ଶ୍ରମ ଅଧିକାରୀଣି ସୁନନ୍ଦା ବିଶ୍ୱାଳ, ରଚନା ସେଠୀ, ସୈାମ୍ୟ ସୁନ୍ଦର ରାଉତରାୟ, ସୈାମ୍ୟ ରଂଜନ ବେହେରା, ସ୍ମୃତି ରଂଜନ ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଳେ ସହକାରୀ ଶ୍ରମ ଅଧିକାରୀଣି ସୁନନ୍ଦା ବିଶ୍ୱାଳ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking