26.1 C
Bhubaneswar
Friday, March 27, 2026
Homeଓଡିଶାଯାଜପୁର କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନରେ ଜିଲ୍ଲା ସଭାପତି ଚୟନ ପ୍ରକିୟା ଆରମ୍ଭ

ଯାଜପୁର କଂଗ୍ରେସ ପକ୍ଷରୁ ସଂଗଠନ ସୃଜନ ଅଭିଯାନରେ ଜିଲ୍ଲା ସଭାପତି ଚୟନ ପ୍ରକିୟା ଆରମ୍ଭ

ଯାଜପୁର: ଯାଜପୁର ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାରେ ଜିଲ୍ଲା କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ଗତ ୮ ତାତିଖ ରୁ ଆରମ୍ଭ ହୋଇଛି। ଜିଲ୍ଲାରେ ଥିବା ୧୦ ଗୋଟି ବ୍ଲକ ଓ ୨ ଗୋଟି ମୁନିସିପାଲିଟି ରେ ପୃଥକ ପୃଥକ ଭାବେ କର୍ମୀ ମାନଙ୍କୁ ଏକତ୍ରିତ କରି ସଂଗଠନ ସୃଜନ ଅଭିଯାନ ମାଧ୍ୟମ ରେ ଏଆଇସିସି ଦ୍ୱାରା ନିଯୁକ୍ତ ପ୍ରଯ୍ୟବେକ୍ଷବ ଭାବେ ପୁର୍ବତନ ସାଂସଦ ଓ ଏଆଇସିସିର ସାଧାରଣ ସମ୍ପଦଳ ଚାରୁଲତା ଟୋକାଶ କୁ ସଭାପତି ମାଳିକାର୍ଜୁନ ଖର୍ଗେ ବିରୋଧ ଦଳ ନେତା ସାଂସଦ ରାହୁଲ ଗାନ୍ଧୀ ନିଯୁକ୍ତ କରିଛନ୍ତି। ଯାଜପୁର ଜିଲ୍ଲାରେ କଂଗ୍ରେସ ଦଳ ଦୁର୍ବଳ କୁ ନେଇ ରାଜ୍ୟ କଂଗ୍ରେସ ଚିନ୍ତିତ ଥିବା ବେଳେ ପୁରୁଣା ନେତୃତ୍ୱ କୁ ପରିବର୍ତନ କରି ଜିଲ୍ଲାରେ ଜଣେ ଦକ୍ଷ ବ୍ୟକ୍ତି ଙ୍କୁ ଚୟନ ନିମଂତେ ତୃଣମୂଳ ସ୍ତରରୁ କର୍ମୀ ମାନଙ୍କଠାରୁ ମତାମତ ସଂଗ୍ରହ କରାଯାଉଛି ଏହା ପୂର୍ବରୁ ପିସିସି ସଭାପତି ଜିଲ୍ଲା ସଭାପତି ନିଯୁକ୍ତ କରୁଥିଲେ।

ଗତ ୮ ତାରିଖ ରେ ଯେଉଁମାନେ ସଭାପତି ପଦ ପାଇଁ ଦରଖାସ୍ତ କରିଥିଲେ ସେମାନଙ୍କ ମଧ୍ୟରୁ ଜିଲ୍ଲା ଜଣେ ଜଣା ଶୁଣା ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ମହାନ୍ତି, ପୁର୍ବତନ ଜିଲ୍ଲା ସଭାପତି ଶ୍ରୀନାଥ ମିଶ୍ର ଜିଲ୍ଲା ସମ୍ପାଦକ ସନ୍ତୋଷ ନନ୍ଦ ଯାଜପୁର ର ବିଧାୟକ ପ୍ରାଥୀ ସୁଦୀପ୍ତ କର, ଧର୍ମଶାଳା ପ୍ରାଥୀ କିଷାନ ପଣ୍ଡା ସନ୍ତୋଷ ବଳ ବିଶ୍ୱ ରଞ୍ଜନ ସାମଲ, ଦଳିତ ନେତା ମାଗୁଣି ଯେନା, ଅଭିନ ମଳିକ, ଓ ଗଣେଷ ଦାସ ମହିଳା ନେତ୍ରୀ କନକ ଲତା ମଳିକ ପ୍ରମୁଖ ଙ୍କ ନାମ ଥିବା ଜଣା ପଡିଛି। କଂଗ୍ରେସ ଦଳ ର ଏହି ଚୟନ ପ୍ରକ୍ରିୟାରେ ବ୍ଲକ ସ୍ତରର କର୍ମୀମାନଙ୍କ ମଧ୍ୟରେ ଉଚ୍ଚାହ ପରିଲକ୍ଷିତ ହେବା ସହ। ଏହି କାର୍ଯ୍ୟକ୍ରମ ଆସନ୍ତା ୧୪ ତାତିଖ ପର୍ଯ୍ୟନ୍ତ ଚଳିବ ଆଜି ଯାଜପୁର ଓ ଦଶରଥପୁର ରେ ଚାଲିଥିବା ବେଳେ ଅନ୍ୟ ବ୍ଲକ ମଧ୍ୟରେ ବି୍ଝାରପୁର, ବରୀ ଓ ଯାଜପୁର ମୁନିସିପାଲିଟି ଥିବା ଜଣା ପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking