26.1 C
Bhubaneswar
Wednesday, February 4, 2026
Homeଓଡିଶାକାଳୀପୂଜା ପାଇଁ ସଜେଇ ହୋଇଛି ଯାଜପୁର ସହର

କାଳୀପୂଜା ପାଇଁ ସଜେଇ ହୋଇଛି ଯାଜପୁର ସହର

ଯାଜପୁର: କାଳୀପୂଜା ପାଇଁ ସଜେଇ ହୋଇଛି ଯାଜପୁର ସହର । ଯାଜପୁରରେ ଧୁମଧାମରେ ପାଳନ ହେଉଛି କାଳୀପୂଜା । ସୋମବାର ବିଳମ୍ବିତ ରାତ୍ରିରେ ମାଆଙ୍କ ପୂଜା ଆରମ୍ଭ ହୋଇଛି । ନିଶାର୍ଦ୍ଧରେ ପୂଜା ଆରମ୍ଭ ହୋଇ ଚଣ୍ଡିପାଠ ସାଙ୍ଗକୁ ସହସ୍ର ନାମ ଯଜ୍ଞ ଚାଲିଛି । ଚଳିତ ଥର ସହରରେ ୪୨ ଟି ପୂଜା ମଣ୍ଡପରେ ପୂଜା ପାଇଛନ୍ତି ମାଆ କାଳୀ ଓ ଲକ୍ଷ୍ମୀ ନାରାୟଣ । ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।ଯାଜପୁର ସହରର କିଆନାଳୀ ଛକ, ହରପାର୍ବତି ଛକ, ବଡବଜାର, ଗରିଆପୁର, ନାରାୟଣୀ ଛକ, ହାବେଳି ବଜାର, ଅମ୍ବିକାଇ, ମେଡିକାଲ ଆଦି ଛକରେ ବଡ ଧୁମଧାମରେ କାଳୀପୂଜା ପାଳନ ହେଉଛି । ପୂଜା ଦେଖିବାକୁ ଜିଲ୍ଲା ସମେତ ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଲାଗୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking