24.1 C
Bhubaneswar
Tuesday, February 10, 2026
Homeଓଡିଶାଯାଜପୁର ନଗର ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ଯାଜପୁର ନଗର ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ଯାଜପୁର: ଅପରେସନ ସିନ୍ଦୂରର ସଫଳତାକୁ ନେଇ ଯାଜପୁର ନଗର ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାରା ଦେଶରେ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ମଧ୍ୟମରେ ବୀର ସେନାଙ୍କ ବିରତ୍ଵ ସମ୍ପର୍କ ରେ ଦେଶବାସୀଙ୍କୁ ଅବଗତ କରାଯାଉଥିବା ବେଳେ ସେହି କ୍ରମରେ ଯାଜପୁର ସଦର ମହକୁମାରେ ପ୍ରବଳ ବର୍ଷା ସତ୍ବେ ତ୍ରିରଙ୍ଗା ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର ପରିସର ରୁ ବାହାରି ସହର ପରିକ୍ରମା କରିବା ପରେ ଗାନ୍ଧୀ ଛକ ରେ ପହଞ୍ଚିଥିଲା। ବିଜେପି ନଗର ସଭାପତି ତପନ କୁମାର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ରାଜ୍ୟ ମହିଳା ମୋର୍ଚା ସଭାନେତ୍ରୀ ଐଶ୍ଵର୍ଯ୍ୟ ବିଶ୍ଵାଳ, ଯାଜପୁର ଜିଲା ବିଜେପି ସଭାପତି ଦେବଯାନୀ ପ୍ରଧାନ, ବିଜେପିର ଜିଲା ଉପସଭାପତି ମୃତ୍ୟୁଞ୍ଜୟ ମିଶ୍ର, ରାଜ୍ୟ ଯୁବମୋର୍ଚା ଉପସଭାପତି ସଂଗ୍ରାମ ପାତ୍ର ପ୍ରମୁଖ ଯୋଗ ଦେଇ ଶୋଭାଯାତ୍ରା ମାଧ୍ୟମରେ କାଶ୍ମୀର ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରିଥିଲେ । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ବହୁ ଅବସରପ୍ରପ୍ତ ସେନାନୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀଙ୍କ ସମେତ ବିଜେପି ଦଳର କର୍ମକର୍ତ୍ତା ଓ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ ମାନେ ସାମିଲ ହୋଇ ଭାରତ ମାତାର ଜୟଗାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking