30.1 C
Bhubaneswar
Wednesday, January 21, 2026
Homeଓଡିଶାବୈକୁଣ୍ଠନାଥ ପ୍ରଧାନଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣକାରିଙ୍କୁ ଗିରଫ ଦାବିରେ ଜୁଲାଇ ୨୨ କଳାଦିବସ ପାଳନ...

ବୈକୁଣ୍ଠନାଥ ପ୍ରଧାନଙ୍କ ଉପରେ ହୋଇଥିବା ମରଣାତ୍ମକ ଆକ୍ରମଣକାରିଙ୍କୁ ଗିରଫ ଦାବିରେ ଜୁଲାଇ ୨୨ କଳାଦିବସ ପାଳନ ପାଇଁ ଡାକରା

ଯାଜପୁର : ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ଥିତ ସ୍ଥାନୀୟ କେ. କେ. ସି. କାର୍ଯ୍ୟlଳୟ ଠାରେ ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତିଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଗତ ଜୁଲାଇ ୭ ତାରିଖ ପୁରୀ ରାଜଭବନରେ କାର୍ଯ୍ୟରତ ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କଉପରେ ହୋଇଥିବା ମରଣାତ୍ମକଆକ୍ରମଣ ଘଟଣାକୁ ଦୃଢ଼ କରାଯାଇଥିଲା l ଘଟଣା ଘଟିବାର ୧୪ ଦିନ ଅତିବାହିତ ହୋଇଥିଲେ ମଧ୍ୟ ଦୁର୍ବୃତ୍ତମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନଥିବାରୁ ରାଜ୍ୟ ଅଣ ସଙ୍ଗଠିତ ଶ୍ରମିକ ଓ କର୍ମଚାରୀ କଂଗେସ କମିଟି ପକ୍ଷରୁ ଏହିଘଟଣାକୁ ଦୃଢ ନିନ୍ଦା କରାଯାଇଛି ସଂପୃକ୍ତ ଥିବା ଆକ୍ରମଣକାରୀଙ୍କୁ ରାଜ୍ୟସରକାର ଘଣ୍ଟ ଘୋଡାଉଛନ୍ତି l ଏହାର ପ୍ରତିବାଦରେ ଆସନ୍ତା ଜୁଲାଇ ୨୨ ତାରିଖରେ ବିଧାନସଭା ଅଧିବେଶନ ଆରମ୍ଭ ହେଉଛି l ଏହି ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧୀ ଦଳର ସମସ୍ତ ବିଧାୟକ ବର୍ଜନ କରିବାକୁ ଅଣ ସଂଗଠିତ ଶ୍ରମିକ ଓ କର୍ମଚାରୀ କମିଟି ପକ୍ଷରୁ ଅନୁରୋଧ କରାଯାଇଛି l ଏହି ଦିନକୁ କଳା ଦିବସ ଭାବେ ସାରାଓଡ଼ିଶାରେ ପାଳନ କରିବାକୁ ରାଜ୍ୟ କମିଟି ଡାକରା ଦେଇଛି l ସୂଚନା ଅନୁଯାୟୀ , ଜୁଲାଇ ୭ ତାରିଖରେ ଏଏସଓ ଶ୍ରୀନାଥଙ୍କ ଉପରେ ହୋଇଥିବା ଆକ୍ରମଣକାରୀ ଖୋଦ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାର ଓ ୫ ଜଣ ଝାରଖଣ୍ଡି ବିହାରୀ ଗୁଣ୍ଡା ସମ୍ପୃକ୍ତ ଅଛନ୍ତି l ରାଜ୍ୟ ପାଳଙ୍କ ପୁଅ ହୋଇଥିବାରୁ ରାଜ୍ୟ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି l ଏଏସଓ ଶ୍ରୀ ପ୍ରଧାନ ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ତାଙ୍କୁ ରାତାରାତି ବିନା ପୋଷ୍ଟରେ ଗୃହବିଭାଗକୁ ବଦଳି କରିବା ଓଡ଼ିଆ ଅସ୍ମିତା ଉପରେ ଶକ୍ତ ଆଘାତ ବୋଲି କମିଟିର ସଭାପତି ଶ୍ରୀ ମହାନ୍ତି କ୍ଷୋଭ ପ୍ରକାଶ କରିବା ସହିତ ବିଧାନସଭା ଆରମ୍ଭ ଦିନକୁ ସବୁ ଜିଲ୍ଲାର କମିଟି ପକ୍ଷରୁ କଳା ଦିବସ ଭାବେ ପାଳନ କରିବା ସହିତ ଜିଲ୍ଲାପାଳ ମାନଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ଦେବାକୁ ନିଷ୍ପତି ଗ୍ରହଣ କରାଯାଇଛି ବୋଲି ଶ୍ରୀ ମହାନ୍ତି ବିଭନ୍ନ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking