27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଜୟଶଙ୍କରଙ୍କ ଚେତାବନୀ : ଆତଙ୍କବାଦକୁ ମୁହଁତୋଡ ଜବାବ ମିଳିବ

ଜୟଶଙ୍କରଙ୍କ ଚେତାବନୀ : ଆତଙ୍କବାଦକୁ ମୁହଁତୋଡ ଜବାବ ମିଳିବ

ନୂଆଦିଲ୍ଲୀ: ଭାରତରେ ଅସ୍ଥିରତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ଉଦ୍ଦେଶ୍ୟରେ ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ପାକିସ୍ତାନକୁ ସିଧା ଚେତାବନୀ ଦେଇଛନ୍ତି । ଆତଙ୍କବାଦ ଏବେ ପାକିସ୍ତାନକୁ ଗ୍ରାସ କରିବାକୁ ବସିଲାଣି । ପାକିସ୍ତାନ ଆଜି ଆତଙ୍କବାଦ ମାଧ୍ୟମରେ ଅନ୍ୟ ଦେଶକୁ କରିଥିବା ଆକ୍ରମଣର କର୍ମଫଳ ଭୋଗ କରୁଛି । ସୀମାପାର ଆତଙ୍କବାଦକୁ ମୁଁହତୋଡ ଜବାବ ମିଳିବ ଓ ଏଥିପ୍ରତି ଭାରତର ଆଭିମୁଖ୍ୟ ଅତି ସ୍ପଷ୍ଟ । ମିଳିତ ଜାତିସଂଘ ମଞ୍ଚରୁ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନ ବିରୋଧରେ ଏହି କଡା ଟିପ୍ପଣୀ କରିଛନ୍ତି ଜୟଶଙ୍କର । ଗତକାଲି ମିଳିତ ଜାତିସଂଘ ମହାସଭାରେ ଅଭିଭାଷଣ ରଖି ଜୟଶଙ୍କର କହିଛନ୍ତି “ମୋତେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦିଅନ୍ତୁ । ପାକିସ୍ତାନର ସୀମାପାର ଆତଙ୍କବାଦ ନୀତି କଦାପି ସଫଳ ହେବନାହିଁ । ଏହା ବିରୋଧରେ ତ୍ବରିତ ମୁକାବିଲା କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଗ୍ରହଣ କରାଯିବ ।

ଯେଉଁ ଦେଶ ଅନ୍ୟ ଦେଶ ବିରୋଧରେ ଆତଙ୍କବାଦକୁ ବ୍ୟବହାର କରି ଆକ୍ରମଣ କରୁଥିଲା, ସେ ନିଜେ ଏବେ ଆତଙ୍କବାଦଗ୍ରସ୍ତ ହୋଇଛି। ଆତଙ୍କବାଦ ଏବେ ପାକିସ୍ତାନକୁ ଗ୍ରାସ କରିବାକୁ ବସିଲାଣି । ଏହା କେବଳ କର୍ମଫଳ । ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ସର୍ବଦା ସ୍ପଷ୍ଟ । କୌଣସି ଆତଙ୍କବାଦ ଘଟଣାରେ କଡା ଜବାବ ଦିଆଯିବ । ପାକିସ୍ତାନ ପ୍ରଧାନମନ୍ତ୍ରୀ ମହମ୍ମଦ ଶେହବାଜ ସରିଫ ଶୁକ୍ରବାର ଜାତିସଂଘ ମହାସଭା ଅଧିବେଶନରେ ନିଜ ଭାଷଣ ରଖିଥିଲେ । ସେ କାଶ୍ମୀର ପ୍ରସଙ୍ଗରେ ଭାରତର ନୀତିକୁ ସମାଲୋଚନା କରିଥିଲେ । କାଶ୍ମୀରକୁ ପାଲେଷ୍ଟଇନ ସହ ତୂଳନା କରିବା ସହ କାଶ୍ମୀରବାସୀ ସ୍ବାଧୀନତା ପାଇଁ ସଂଘର୍ଷ କରୁଛନ୍ତି ବୋଲି ସରିଫ କହିଥିଲେ । ଭାରତ ପାକିସ୍ତାନର ଆଲୋଚନା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ସହ ନିୟନ୍ତ୍ରଣ ରେଖା ଅତିକ୍ରମ କରି ‘ଆଜାଦ କାଶ୍ମୀର’ ରେ ପ୍ରବେଶ କରିବାର ଧମକ ଦେଉଛି ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking