ଜୟପୁର: ‘ସୁଭଦ୍ରା’ ୩ୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖିଛନ୍ତି । ଏହି ସମୟରେ ସେ ବଡ ଘୋଷଣା କରି କହିଛନ୍ତି ଜୟପୁରରୁ ଭୁବନେଶ୍ବର ‘ବନ୍ଦେ ଭାରତ’ ଚଳାଇବା ପାଇଁ ଦାବି ଆସିଛି । ସ୍ଥାନୀୟ ବିଧାୟକ ତାରା ବାବୁ ଏନେଇ ଦାବି ରଖିଛନ୍ତି । ପ୍ରଧାନମନ୍ତ୍ରୀ, ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ କହିଛନ୍ତି । ଆଗାମୀ ଦିନରେ ଜୟପୁର-ଭୁବନେଶ୍ବର ବନ୍ଦେ ଭାରତ ଚାଲିବ । ଏଥିସହିତ ସେ କହିଥିଲେ ରାଜ୍ୟର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା ହେଉଛି ସୁଭଦ୍ରା । ମାତ୍ର ସାଢେ ୬ ମାସ ଭିତରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଯୋଡି ପାରିଛୁ । ଗୋଟିଏ ବଟନ ଟିପି ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ପଠାଇଲୁ । ନାରୀକୁ ସ୍ୱାବଲମ୍ବୀ କରିବା ପାଇଁ ଏହି ସୁଭଦ୍ରା ଯୋଜନା । ପ୍ରତିବର୍ଷ ରାଷୀ ପୂଣ୍ଣିମା, ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯାଉଛି । ଆଜି ରାକ୍ଷୀ ପୂଣ୍ଣିମା ସହ ଅଗଷ୍ଟ କ୍ରାନ୍ତି ଦିବସ । ଯେଉଁଠି ନାରୀଙ୍କୁ ସମ୍ମାନ ଦିଆଯାଏ, ସେଠି ଜଗନ୍ନାଥ ବିଚରଣ କରନ୍ତି । ଓଡିଶାର ମାଆ ଭଉଣୀଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି । ମହିଳାଙ୍କ ଅନ୍ତର୍ନିହିତ ଗୁଣକୁ ଆଗକୁ ଆ ଣିବାକୁ ଲକ୍ଷ୍ୟ ରଖାଯାଇଛି ।










