19.1 C
Bhubaneswar
Wednesday, February 11, 2026
Homeଖେଳଜୟ ଶାହଙ୍କ ବମ୍ପର୍ ଘୋଷଣା; ମାଲାମାଲ୍ ହେବେ ଆଇପିଏଲ୍ ଖେଳାଳି

ଜୟ ଶାହଙ୍କ ବମ୍ପର୍ ଘୋଷଣା; ମାଲାମାଲ୍ ହେବେ ଆଇପିଏଲ୍ ଖେଳାଳି

ମୁମ୍ବାଇ: ବିସିସିଆଇ ସମ୍ପାଦକ ଜୟ ଶାହ ଆଇପିଏଲ୍ ଖେଳାଳିଙ୍କ ସାଲାରୀକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଜୟ ଶାହ କହିଛନ୍ତି, ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଖେଳୁଥିବା ଖେଳାଳିଙ୍କୁ କଣ୍ଟ୍ରାକ୍ଟ ଅର୍ଥରାଶି ବାଦ୍ ପ୍ରତ୍ୟେକ ମ୍ୟାଚ୍ ପାଇଁ ଅଲଗା ଭାବେ ୭.୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଜୟ ଶାହ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ନିରନ୍ତର ଚମତ୍କାର ପ୍ରଦର୍ଶନ କରିଆସୁଥିବାରୁ ଏପରି ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଯଦି କୌଣସି ଖେଳାଳି ପୂରା ସିଜନ୍‌ରେ ସମସ୍ତ ମ୍ୟାଚ୍ ଖେଳନ୍ତି, ତେବେ ସେ କଣ୍ଟ୍ରାକ୍ଟ ରାଶି ବ୍ୟତୀତ ଅଧିକ ୧.୫ କୋଟି ଟଙ୍କା ଆୟ କରିପାରିବେ। ଜୟ ଶାହ ଆହୁରି କହିଛନ୍ତି, ପ୍ରତ୍ୟେକ ଫ୍ରାଞ୍ଚାଇଜି ପୂରା ସିଜନ୍‌ରେ ମ୍ୟାଚ୍ ଫି’ ପ୍ରଦାନ ପାଇଁ ୧୨.୬୦ କୋଟି ଟଙ୍କା ଆବଣ୍ଟିତ କରିବେ। ଏହା ଆଇପିଏଲ୍ ଏବଂ ଆମ ପାଇଁ ଏକ ନୂତନ ଯୁଗର ଆରମ୍ଭ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking