17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶରାଜସ୍ଥାନ ବିଧାନସଭାରୁ ପେନ୍‌ସନ୍ ପାଇଁ ଆବେଦନ କଲେ ଜଗଦୀପ ଧନଖଡ଼

ରାଜସ୍ଥାନ ବିଧାନସଭାରୁ ପେନ୍‌ସନ୍ ପାଇଁ ଆବେଦନ କଲେ ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଚଳିତ ଥର ପେନସନ ପାଇଁ ଆବେଦନ କରି ପୁଣି ଖବରକୁ ଫେରିଛନ୍ତି ସେ । ରାଜସ୍ଥାନ ବିଧାନସଭାରୁ ପେନସନ ପାଇଁ ଆବେଦନ କରିଛନ୍ତି ଜଗଦୀପ ଧନଖଡ । ୧୯୯୩ ମସିହାରେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ଆଜମେର ଜିଲ୍ଲାର କିଷନଗଡ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନିୟମ ଅନୁସାରେ ୭୪ବର୍ଷିୟ ଧନଖଡଙ୍କୁ ମାସିକ ପାଖାପାଖି ୪୨ହଜାର ଟଙ୍କା ଅବସରକାଳୀନ ଭତ୍ତା ମିଳିବ । ରାଜସ୍ଥାନରେ ଜଣେ ନେତା ଉଭୟ ବିଧାୟକ ଓ ସାସଂଦ ହୋଇଥିଲେ ତାଙ୍କୁ ଉଭୟ ପଦବୀ ପାଇଁ ଉପଯୁକ୍ତ ପେନସନ ମିଳିବା ନେଇ ବ୍ୟବସ୍ଥା ରହିଛି । ଗତ ଜୁଲାଇ ୨୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ପଠାଇ ଚର୍ଚ୍ଚାକୁ ଆସିଥିଲେ ଜଗଦୀପ ଧନଖଡ଼। ନିଜ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking