27.1 C
Bhubaneswar
Wednesday, February 4, 2026
Homeଓଡିଶାଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ଟେଲରିଂ ସେଣ୍ଟରର ଶୁଭ ଉଦଘାଟନ କାର୍ଯ୍ୟକ୍ରମ

ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ଟେଲରିଂ ସେଣ୍ଟରର ଶୁଭ ଉଦଘାଟନ କାର୍ଯ୍ୟକ୍ରମ

ଯାଜପୁର: ଯାଜପୁର ଜିଲ୍ଲା ର ବିଂଝାରପୁର ବ୍ଲକ ବଡ଼ପାଳରେ ଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଏକ ଟେଲରିଂ ସେଣ୍ଟରର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅକ୍ଷୟ କୁମାର ଜେନାଙ୍କ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ନେତ୍ରୀ ବବିତା ମଲ୍ଲିକ ଯୋଗ ଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିସହ ମହିଳା ମାନେ ଏଭଳି କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମିଶନ ଶକ୍ତିର ଗୋଷ୍ଠୀ ପକଳ୍ପ ସଂଯୋଜିକା ମହାନ୍ତି ଯୋଗ ଦେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ବିଭିନ୍ନ ଯୋଜନା ର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ। ଏହି ଟେଲରିଂ ସେଣ୍ଟର ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ବିଭିନ୍ନ ପୋଷାକ ଠାରୁ ଆରମ୍ଭ କରି ବ୍ୟାଗ ପ୍ରସ୍ତୁତ କରି ନିଜ ପରିବାର ପ୍ରତିପୋଷଣ କରିପାରିବେ ବୋଲି କହିଥିଲେ। ଏହି ଅବସରରେ ଗୋଷ୍ଠୀ ସଭାପତି ସୁନିତା କର, ସମ୍ପାଦକ ତିଳୋତ୍ତମା ଜେନା ଓ ସମସ୍ତ ସଦସ୍ୟାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking