26.1 C
Bhubaneswar
Thursday, September 19, 2024
Homeଦୁର୍ଗା ପୂଜା - 2024ଆସୁଛନ୍ତି ଜଗଦ୍‌ଜନନୀ ମା ଦୁର୍ଗା , ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି ନବରାତ୍ରୀ..

ଆସୁଛନ୍ତି ଜଗଦ୍‌ଜନନୀ ମା ଦୁର୍ଗା , ଜାଣନ୍ତୁ କେବେଠୁ ଆରମ୍ଭ ହେଉଛି ନବରାତ୍ରୀ..

ନୂଆଦିଲ୍ଲୀ : ପାଖେଇ ଆସୁଛି ପାର୍ବଣର ଦିନ । ଆସୁଛନ୍ତି ମା ଜଗଦ୍‌ଜନନୀ ମା ଦୁର୍ଗା । ନବରାତ୍ରୀ ହିନ୍ଦୁ ଧର୍ମର ଏକ ବିଶେଷ ପର୍ବ। ନବରାତ୍ରୀରେ ମା ଦୁର୍ଗାଙ୍କର ନଅ ପ୍ରକାର ପୂଜା କରାଯାଏ । ସେଥିପାଇଁ ଦୁର୍ଗା ପୂଜାର ପର୍ବ ନଅ ଦିନ ଧରି ପାଳନ କରାଯାଏ । ଆଶ୍ବିନ ଶୁକ୍ଲପକ୍ଷ ପ୍ରତିପଦା ଠାରୁ ଦଶମୀ ପର୍ଯ୍ୟନ୍ତ ଶାରଦୀୟ ଦଶହରାରେ ଉତ୍ସବମୁଖର ହୋଇପଡ଼େ ସମଗ୍ର ଭାରତବର୍ଷ । ତେବେ ଚୈତ୍ର ଶୁକ୍ଲପକ୍ଷ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ବାସନ୍ତିକ ଦୁର୍ଗାପୂଜା ପାଳନ କରାଯାଏ । ହେଲେ ଆଶ୍ବିନ ମାସର ଦୁର୍ଗାପୂଜା ଶାରଦୀୟ ଦଶହରା ଭାବେ ଜଣାଶୁଣା ।
ଶାରଦୀଆ ନବ୍ରରାତ୍ରୀ ଅକ୍ଟୋବର ୩ ତାରିଖ ଗୁରୁବାରରୁ ଆରମ୍ଭ ହୋଇ ଅକ୍ଚୋବର ୧୨ ତାରିଖରେ ଶେଷ ହେବ । ଜ୍ୟୋତିଷଙ୍କ ଅନୁଯାୟୀ, ମା’ଙ୍କ ଆଗମନ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ମହାମାରୀକୁ ନାଶ କରିଥାଏ ।ପଞ୍ଚଙ୍ଗ ଅନୁଯାୟୀ ଆଶ୍ୱିନ ମାସର ଶୁକ୍ଲ ପକ୍ଷ ପ୍ରତିପଦା ତିଥି ଅକ୍ଟୋବର ୩ ତାରିଖ ରୁ ୧୨ ଟା୧୮ ରେ ଆରମ୍ଭ ହେବ ଏବଂ ପରଦିନ ୪ ଅକ୍ଟୋବରରେ ୦୨ଟା ୫୮ରେ ଶେଷ ହେବ।
ଘଟ ସ୍ଥାପାନା ମୁହୁର୍ତ୍ତ – ସକାଳ ୬ ଟା୧୫ ରୁ ୭ ଟା ୨୨ ମିନିଟ ପର୍ଯ୍ୟନ୍ତ ରହିଛି ।
କଳଶ ସ୍ଥାପନା ମୁହୁର୍ତ୍ତ – ୧୧ ଟା ୪୬ ରୁ ୧୨ ଟା ୩୩ ପୂର୍ବାହ୍ନ ପର୍ଯ୍ୟନ୍ତ ।
କନ୍ୟା ଲଗ୍ନ ଆରମ୍ଭ – ୩ ଅକ୍ଟୋବର, ସକାଳ ୬ ଟା ୧୫ମିନିଟ୍ ପର୍ଯ୍ୟନ୍ତ ।
କନ୍ୟା ଲଗ୍ନ ସମାପ୍ତ – ୩ ଅକ୍ଟୋବର ସକାଳ ୭ ଟା୨୨ ପର୍ଯ୍ୟନ୍ତ ।
ଅକ୍ଟୋବର ୩ ତାରିଖ ଗୁରୁବାର ଦିନ ପ୍ରତିପଦା: ଏହି ଦିନ ଘଟସ୍ଥାପନା କରାଯାଇ ମା’ ଦୁର୍ଗାଙ୍କର ପ୍ରଥମ ରୂପ ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ । ସେହିପରି ନବରାତ୍ରୀର ଦ୍ବିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଇଥାଏ । ତୃତୀୟ ଦିନ ମା’ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନ ମା’ କୁଷ୍ମାଣ୍ଡା, ପଞ୍ଚମ ଦିନରେ ମା’ ସ୍କନ୍ଦମାତା, ଷଷ୍ଠ ଦିନରେ ମା’ କାତ୍ୟାୟନୀ ସପ୍ତମ ଦିନରେ ମା’ କାଳରାତ୍ରୀ, ଅଷ୍ଟମୀରେ ମା’ ସିଦ୍ଧିଦାତ୍ରୀ, ନବମୀରେ ମା’ ମହାଗୌରୀଙ୍କୁ ପୂଜା କରାଯାଇଥାଏ ଓ ଦଶମୀରେ ବିଜୟା ଦଶମୀ ପାଳନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking