14.1 C
Bhubaneswar
Thursday, January 15, 2026
Homeଓଡିଶାଜଗା ଦର୍ଶନ ହେଲା ଶେଷ ଦର୍ଶନ: ଦୁର୍ଘଟଣାରେ ହବିଷ୍ୟାଳି ମୃତ

ଜଗା ଦର୍ଶନ ହେଲା ଶେଷ ଦର୍ଶନ: ଦୁର୍ଘଟଣାରେ ହବିଷ୍ୟାଳି ମୃତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ ଘଟିଛି ଦୁର୍ଘଟଣା। ଜଗା ଦର୍ଶନ କରିବା ହେଲା ଶେଷ ଦର୍ଶନ। ଟ୍ରକକୁ ପଛପଟୁ ଧକ୍କା ଦେଲା ଅଟୋ। ଦୁର୍ଘଟଣାରେ ଜଣେ ହବିଷ୍ୟାଳି ମୃତ୍ୟୁ ଘଟିଥିବା ବେଳେ ଅଟୋ ଚାଳକ ସମେତ ୫ ଗୁରୁତର ନେଇ ସୂଚନା । ଜଗା ଦର୍ଶନ ସାରି ପୁରୀରୁ ଅଟୋରେ ଫେରୁଥିଲେ ହବିଷ୍ୟାଳି। ମୃତ ହବିଷ୍ୟାଳି ୫୫ବର୍ଷୀୟ ସ୍ନେହ ମଞ୍ଜରୀ ମିଶ୍ର। ଘର ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳରେ। ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। ଖବର ପାଇ ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଗୁରୁତରଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରିଥିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking