ପୁରୀ: ଆଜି ପବିତ୍ର ରୁକ୍ମିଣୀ ହରଣ ଏକାଦଶୀ । ଏଥିଲାଗି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଚଳଚଞ୍ଚଳ ପୁରୀ । ସଜେଇ ହୋଇଛି ପୁରୀ । ସଜେଇ ହୋଇଛି ଶ୍ରୀମନ୍ଦିର । ସକାଳ ଧୁପ ପରେ ନୀତିକାନ୍ତି କରାଯାଉଛି । ଏହାପରେ ରୁକ୍ମିଣୀ ହରଣ ନୀତି ଅନୁଷ୍ଠିତ ହେବ । ବିମଳା ମନ୍ଦିର ନିକଟକୁ ମଦନ ମୋହନ ଆସିବା ପୂର୍ୱରୁ ସେଠାରେ ପହଞ୍ଚିବେ ମା ଲକ୍ଷ୍ମୀ । ଏହାପରେ ମାଜଣା କରାଯାଇ ରୁକ୍ମିଣୀ ହରଣ ନୀତି କରାଯିବ । ତେବେ ସନ୍ଧ୍ୟାଧୂପ ପରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥାଏ । ସେପଟେ ନୀତି ପାଇଁ ଦିନ ଗୋଟାଏରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ ସର୍ୱସାଧାରଣ ଦର୍ଶନ ।