24.1 C
Bhubaneswar
Monday, March 23, 2026
Homeଓଡିଶାଓଡ଼ିଶାବାସୀଙ୍କୁ ପ୍ରଣାମ ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ ସମସ୍ତ କର୍ମୀ ମାନଙ୍କୁ ଧନ୍ୟବାଦ...

ଓଡ଼ିଶାବାସୀଙ୍କୁ ପ୍ରଣାମ ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ ସମସ୍ତ କର୍ମୀ ମାନଙ୍କୁ ଧନ୍ୟବାଦ : ନଡ୍ଡା

ପୁରୀ : ପୁରୀ କାର୍ୟ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦ୍‌ବୋଧନ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ ଜଣାଉଛି । ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ ସମସ୍ତ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଉଛି । ତେବେ ନଡ୍ଡା କହିଛନ୍ତି, ଓଡ଼ିଶାକୁ ବିକାଶ ପଥରେ ନେବାରେ ଭାଜପା କୌଣସି ସୁଯୋଗ ଛାଡ଼ିବେନି। ଲୋକସଭା ସିଟ ଡବଲ କରିବାକୁ କହିଥିଲି ଆପଣମାନେ ୨୦ ସିଟ ଦେଲେ। ଲୋକସଭା ପାଇଁ ୪୫% ଭୋଟ ଦେଲେ ସେଥିପାଇଁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ବିଧାନସଭାରେ ୪୦.୭% ଭୋଟ ସହ ସରକାର ଗଠନ ସୁଯୋଗ ଦେଲେ। ଏଥିସହ ନଡ୍ଡା କଂଗ୍ରେସ ଉପରେ ବର୍ଷିଯାୟୀ କହିଛନ୍ତି, ଆଜି ଦେଶରେ ୧୮ଟି ରାଜ୍ୟରେ ଏନଡିଏ, ୧୩ ରାଜ୍ୟରେ ଭାଜପା ସରକାର ରହିଛି।ଦେଶର ୫୭% ଭୂଭାଗରେ ଭାଜପାର ସରକାର ଚାଲିଛି। କଂଗ୍ରେସ ଅମରିଲତା ପରି, ପର ଭରସାରେ ବଞ୍ଚିଛି। ପରଜୀବୀ ଭଳି ଅନ୍ୟ ପାର୍ଟି ସହାୟତାରେ କଂଗ୍ରେସ ସିଟ ଜିତିଛି। ସହଯୋଗୀଙ୍କ ଭୋଟ ଖାଇ ନିଜକୁ ବଞ୍ଚାଇ ରଖିଛି କଂଗ୍ରେସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking