34.1 C
Bhubaneswar
Friday, October 18, 2024
Homeଓଡିଶାଓଡ଼ିଶାବାସୀଙ୍କୁ ପ୍ରଣାମ ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ ସମସ୍ତ କର୍ମୀ ମାନଙ୍କୁ ଧନ୍ୟବାଦ...

ଓଡ଼ିଶାବାସୀଙ୍କୁ ପ୍ରଣାମ ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ ସମସ୍ତ କର୍ମୀ ମାନଙ୍କୁ ଧନ୍ୟବାଦ : ନଡ୍ଡା

ପୁରୀ : ପୁରୀ କାର୍ୟ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଦ୍‌ବୋଧନ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ ଜଣାଉଛି । ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ ସମସ୍ତ କର୍ମୀ ମାନଙ୍କୁ ଧନ୍ୟବାଦ ଜଣାଉଛି । ତେବେ ନଡ୍ଡା କହିଛନ୍ତି, ଓଡ଼ିଶାକୁ ବିକାଶ ପଥରେ ନେବାରେ ଭାଜପା କୌଣସି ସୁଯୋଗ ଛାଡ଼ିବେନି। ଲୋକସଭା ସିଟ ଡବଲ କରିବାକୁ କହିଥିଲି ଆପଣମାନେ ୨୦ ସିଟ ଦେଲେ। ଲୋକସଭା ପାଇଁ ୪୫% ଭୋଟ ଦେଲେ ସେଥିପାଇଁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ବିଧାନସଭାରେ ୪୦.୭% ଭୋଟ ସହ ସରକାର ଗଠନ ସୁଯୋଗ ଦେଲେ। ଏଥିସହ ନଡ୍ଡା କଂଗ୍ରେସ ଉପରେ ବର୍ଷିଯାୟୀ କହିଛନ୍ତି, ଆଜି ଦେଶରେ ୧୮ଟି ରାଜ୍ୟରେ ଏନଡିଏ, ୧୩ ରାଜ୍ୟରେ ଭାଜପା ସରକାର ରହିଛି।ଦେଶର ୫୭% ଭୂଭାଗରେ ଭାଜପାର ସରକାର ଚାଲିଛି। କଂଗ୍ରେସ ଅମରିଲତା ପରି, ପର ଭରସାରେ ବଞ୍ଚିଛି। ପରଜୀବୀ ଭଳି ଅନ୍ୟ ପାର୍ଟି ସହାୟତାରେ କଂଗ୍ରେସ ସିଟ ଜିତିଛି। ସହଯୋଗୀଙ୍କ ଭୋଟ ଖାଇ ନିଜକୁ ବଞ୍ଚାଇ ରଖିଛି କଂଗ୍ରେସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking