20.1 C
Bhubaneswar
Saturday, December 6, 2025
Homeଓଡିଶା୫୦ ଲକ୍ଷ ଟଙ୍କାର ହାତୀଦାନ୍ତ ଜବତ: ଜଣେ ଗିରଫ

୫୦ ଲକ୍ଷ ଟଙ୍କାର ହାତୀଦାନ୍ତ ଜବତ: ଜଣେ ଗିରଫ

ବୌଦ୍ଧ: ବୌଦ୍ଧରୁ ୫୦ ଲକ୍ଷ ଟଙ୍କାର ହାତୀଦାନ୍ତ ଜବତ କରାଯାଇଛି । ସୋମବାର ଦିନ ନିର୍ଭରେଯାଗ୍ୟ ରିପୋର୍ଟ ଅନୁଯାୟୀ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଅଭିଯୁକ୍ତ ହାତୀଦାନ୍ତ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଏସଟିଏଫ ଶିକାରୀକୁ ଗିରଫ କରିଛି ଯାହାର ନାମ ପ୍ରମୋଦ ପରିଡା । ବୌଦ୍ଧ ଜିଲ୍ଲାର ତେଲେବନ୍ଧ ଛକ ନିକଟରେ ଏସଟିଏଫ ଦ୍ୱାରା ଏହି ଗିରଫ କରାଯାଇଛି । ପ୍ରମୋଦଙ୍କଠାରୁ ଦୁଇଟି ହାତୀଦାନ୍ତ ଜବତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି । ଏସଟିଏଫ ଜବତ ହାତୀଦାନ୍ତ ଦୁଇଟିକୁ ସହକାରୀ ବନ ସଂରକ୍ଷକ ବୌଦ୍ଧକୁ ହସ୍ତାନ୍ତର କରିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking