26.1 C
Bhubaneswar
Thursday, March 26, 2026
Homeଖେଳପ୍ୟାରିସ୍‌ରେ ଅସହ୍ୟ ଗରମ ; ଭାରତୀୟ ଖେଳାଳିଙ୍କ ପାଇଁ ଏସି ପଠାଇଲା କ୍ରୀଡ଼ା ମନ୍ତ୍ରଣାଳୟ

ପ୍ୟାରିସ୍‌ରେ ଅସହ୍ୟ ଗରମ ; ଭାରତୀୟ ଖେଳାଳିଙ୍କ ପାଇଁ ଏସି ପଠାଇଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ପ୍ୟାରିସ୍‌ରେ ଚାଲିଛି କ୍ରୀଡା ମହାକୁମ୍ଭ। ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସ ଖେଳାଳିମାନେ ବିଭିନ୍ନ ବର୍ଗରେ ମେଡାଲ ଜିତିବା ପାଇଁ ଚଳାଇଛନ୍ତି ସଂଘର୍ଷ। ଏହାରି ଭିତରେ ପ୍ୟାରିସ୍‌ରେ ଜାରି ରହିଛି ଅସହ୍ୟ ଗରମ। କ୍ରୀଡ଼ା ଗ୍ରାମରେ ଅତ୍ୟଧିକ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି କ୍ରୀଡ଼ାବିତ। ଏହାରି ଭିତରେ ଭାରତୀୟ ଖେଳାଳିଙ୍କ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ ନେଇଛି। ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବଲ ଏସି ପଠାଇଛି କ୍ରୀଡ଼ା ମନ୍ତ୍ରଣାଳୟ। ରିପୋର୍ଟ ଅନୁସାରେ, ପ୍ୟାରିସରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ତେବେ କ୍ରୀଡ଼ା ଗ୍ରାମରେ ଏସିର ବନ୍ଦୋବସ୍ଥ ନହୋଇଥିବାରୁ ଅଧିକାଂଶ ଦେଶ ଆୟୋଜକଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିଥିଲେ। ବିଶେଷକରି ପ୍ୟାରିସ ଓ ଶେଟରାଓରେ ତାପମାତ୍ରା ମାତ୍ରାଧିକ ରେକର୍ଡ କରାଯାଇଛି।ଅତ୍ୟଧିକ ଗରମ ଯୋଗୁଁ ଗୁରୁବାର ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ସ୍ୱପ୍ନିଲଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପାଣିପାଗ ପରିସ୍ଥିତିକୁ ନେଇ ବିଭିନ୍ନ ଦଳ ଚିନ୍ତା ପ୍ରକଟ କରିଥିଲେ। ଏହାକୁ ଦୃଷ୍ଟିରେ ରଖି କ୍ରୀଡ଼ା ମନ୍ତ୍ରଣାଳୟ ଖେଳାଳିଙ୍କ ପାଇଁ ୪୦ଟି ଏସି ପଠାଇଛି।ପ୍ୟାରିସ୍ ଅଲିମ୍ପିକ୍ସର ଆୟୋଜକମାନେ ଘୋଷଣା କରିଥିଲେ ଯେ ଏହି କାର୍ୟ୍ୟକ୍ରମର କାର୍ବନ ଫୁଟ୍ ପ୍ରିଣ୍ଟ୍ କମାଇବା ପାଇଁ ସେମାନେ ଏୟାର କଣ୍ଡିସିନର ବ୍ୟବହାର ବାରଣ କରିବେ। ଏହା ପରିବର୍ତ୍ତେ, ସେମାନେ ଖେଳ ଗ୍ରାମରେ ଅଣ୍ଡର ଫ୍ଲୋର୍ କୁଲିଂ ସିଷ୍ଟମ୍ ଏବଂ ବିଲ୍ଟ-ଇନ୍ ଇନସୁଲେସନ୍ ପ୍ରୟୋଗ କରିଥିଲେ। ତଥାପି, ଏହି ପଦକ୍ଷେପଗୁଡିକ ସମସ୍ୟା ଦୂର କରିନାହିଁ। ଉଲ୍ଲେଖଯୋଗ୍ୟ, ସମ୍ଭାବ୍ୟ ଉତ୍ତାପ ସମସ୍ୟାକୁ ଦୃଷ୍ଟିରେ ରଖି ଆମେରିକାର କଣ୍ଟିଜେଣ୍ଟ୍ ନିଜସ୍ୱ ପୋର୍ଟେବଲ୍ ଏୟାର କଣ୍ଡିସନର ସହିତ ଆସିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking