ଭୁବନେଶ୍ୱର: ଭଡା ଘରୁ ବାକ ଶକ୍ତିହୀନ ଆଇଟିଆଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁ ପଛରେ ଜଣେ ଯୁବକ ଦାୟୀ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଚନ୍ଦ୍ରଶେଖର ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତ ବାକ ଶକ୍ତିହୀନ ଆଇଟିଆଇ ଛାତ୍ରୀ ରାୟଗଡାର । ପୋଲିସଙ୍କ ଖବର ଦେବା ପରେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ମୃତ ଛାତ୍ରୀଙ୍କ ଫୋନ ଜବତ କରି ତଦନ୍ତ ଜାରି ରଖିଛି ପୋଲିସ ।










