24.1 C
Bhubaneswar
Saturday, March 28, 2026
Homeଓଡିଶାସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଇଟିଇଆରର ପୁରାତନ ଛାତ୍ର ତଥା ଓଡ଼ିଶା ସୋସାଇଟି...

ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଆଇଟିଇଆରର ପୁରାତନ ଛାତ୍ର ତଥା ଓଡ଼ିଶା ସୋସାଇଟି ଅଫ୍ ୟୁକେର ସମ୍ପାଦକ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ମଙ୍ଗଳବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୨୦୧୦ ବ୍ୟାଚର ଛାତ୍ର ତଥା ରାଇଡ୍‌ସ୍କାନ୍‌, ୟୁନାଇଟେଡ୍ କିଙ୍ଗଡମ୍‌ର ସହ-ପ୍ରତିଷ୍ଠାତା ଶ୍ରୀ ଲୋହିତ କୁମାର ଦାସ । ଶ୍ରୀ ଦାସ ପୂର୍ବରୁ ୱିପ୍ରୋରେ କାର୍ଯ୍ୟରତ ରହିସାରିଥିବା ବେଳେ ଲଣ୍ଡନ୍ ବିଜିନେସ୍ ସ୍କୁଲରୁ ଏମ୍‌ବିଏ ମଧ୍ୟ କରିଛନ୍ତି । ସେହିପରି ସେ ଉଭୟ ୟୁକେ ଏବଂ ଭାରତରେ କାର୍ଯ୍ୟକ୍ରମ ଥିବା ଏକ ଏଆଇ ଆନାଲିଟିକ୍ସ କମ୍ପାନୀରେ ମଧ୍ୟ ଆଂଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ ତୁଲାଇଛନ୍ତି । ସେ ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସର ନୈତିକତା ଓ ସୁରକ୍ଷାକୁ ଗୁରୁତ୍ୱ ରଖି ଏକ ଏଆଇ ରୋବୋଟିକ୍ସ କମ୍ପାନୀ ମଧ୍ୟ ଆରମ୍ଭ କରିଛନ୍ତି । ବର୍ତମାନ ଶ୍ରୀ ଦାସ ଓଡ଼ିଶା ସୋସାଇଟି ଅଫ୍ ୟୁକେର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଲାଇବା ସହ ବିଭିନ୍ନ ମାନସିକ ସ୍ୱାସ୍ଥ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି । ପ୍ରଫେସର ନାୟକଙ୍କ ସହିତ ସାକ୍ଷାତ ସମୟରେ ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ସୋଆର ପୁର୍ବତନ ଛାତ୍ରଛାତ୍ରୀମାନଙ୍କୁ କିଭଳି ଅଧିକ ମାତ୍ରାରେ ଏକତ୍ରିତ କରାଯାଇ ପାରିବ ସେ ସମ୍ପର୍କରେ ଶ୍ରୀ ଦାସ ଆଲୋଚନା କରିଥିଲେ । ସେହିପରି ସୋଆର ଛାତ୍ରଛାତ୍ରୀମାନଙ୍କୁ ଅଧିକ ମାତ୍ରାରେ ସ୍ୱାବଲମ୍ବୀ ହେବା କ୍ଷେତ୍ରରେ କିଭଳି ଅଧିକ ଗୁରୁତ୍ୱ ଦିଆଯାଇ ପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏହି ଅବସରରେ ସୋଆର କର୍ପୋରେଟ ରିଲେସନ୍ସ ଆଣ୍ଡ ପ୍ଲେସ୍‌ମେଂଟ ଡିନ୍ ଡକ୍ଟର ରାଜ କୁମାର ହୋତା ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking