19.1 C
Bhubaneswar
Wednesday, December 10, 2025
Homeଓଡିଶାଶ୍ରୀମୟୀଙ୍କ ଭଳି ନେତ୍ରୀ କଂଗ୍ରେସକୁ ଆସିଲେ ଭଲ: ତାରା

ଶ୍ରୀମୟୀଙ୍କ ଭଳି ନେତ୍ରୀ କଂଗ୍ରେସକୁ ଆସିଲେ ଭଲ: ତାରା

ଭୁବନେଶ୍ୱର: କଂଗ୍ରେସ ଦଳରେ ଶ୍ରୀମୟୀଙ୍କ ଭଳି ନେତ୍ରୀ ଆବଶ୍ୟକ କହିଲେ ତାରା । ଶ୍ରୀମୟୀଙ୍କ ଭଳି ନେତ୍ରୀ କଂଗ୍ରେସକୁ  ଆସିଲେ ଭଲ । ସିଏ ଆସିବେ କି ନାହିଁ ତାଙ୍କ ଉପରେ ନିର୍ଭର କରେ । ସେ ବିଷୟରେ ସଭାପତି ଭକ୍ତ ଚରଣ ଦାସ ନିଷ୍ପତ୍ତନେବେ। ସୂଚନାଥାଉକି, ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଦଳରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର । ନିକଟରେ ସୋସିଆଲ ମିଡିଆ ଟିପ୍ପଣୀକୁ ନେଇ ଚର୍ଚ୍ଚାରେ ଥିଲେ ଶ୍ରୀମୟୀ । ମହଙ୍ଗା ପଡ଼ିଲା ଧୃତରାଷ୍ଟ୍ର ଓ ଭଣ୍ତ ସନ୍ନ୍ୟାସୀ ଟିପ୍ପଣୀ ଦେବା । ଗୋଟିଏ ପରେ ଗୋଟିଏ ସୋସିଆଲ୍ ମିଡ଼ିଆ ପୋଷ୍ଟ୍ କରି ରାଜନୀତି ମହଲରେ ବିସ୍ଫୋରଣ କରିବାରେ ଲାଗି ପଡ଼ିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking