ଭୁବନେଶ୍ୱର: ୧୦ରୁ ବଢିବ ଥଣ୍ଡା ବଢିବ ଥଣ୍ଡାର ପ୍ରକୋପ । ୧୦ ତାରିଖ ବେଳକୁ ଥଣ୍ଡା ପ୍ରକୋପର ବୃଦ୍ଧିହେବା ସମ୍ଭାବନା ରହିିଛି । ଉତ୍ତର – ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କବାୟୁ ପ୍ରବାହ ହେବ । ଏହାରି ପ୍ରଭାବରେ ଥଣ୍ଡା ବୃଦ୍ଧି ପାଇବା ସମ୍ଭାବନା ରହିଛି । ସେହିପରି ଓଡିଶାର କନ୍ଧମାଳ, କଳାହାଣ୍ଡି , ସୁନ୍ଦରଗଡ ଏବଂ କେନ୍ଦୁଝର ଜିଲ୍ଲାଗୁଡିକରେ ଗୋଟିଏରୁ ଦୁଇଠି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ରହିଛି । ସେହିଭଳି ୬ ତାରିଖରେ କୋରାପୁଟ , କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ, କେନ୍ଦୁଝର ଏବଂ ରାୟଗଡା ଜିଲ୍ଲାଗୁଡିକରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡିର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।