16.1 C
Bhubaneswar
Thursday, February 5, 2026
Homeଓଡିଶାଚୋରଦା ଗ୍ରାମରେ  ଡ୍ରାମା ମଞ୍ଚ ନାଟକ ପରିବେଷଣ ପାଇଁ ହେଲା ଶୁଭବେଳା

ଚୋରଦା ଗ୍ରାମରେ  ଡ୍ରାମା ମଞ୍ଚ ନାଟକ ପରିବେଷଣ ପାଇଁ ହେଲା ଶୁଭବେଳା

ଯାଜପୁର: ଯାଜପୁର ଜିଲ୍ଲାର ବ୍ୟାସନଗର ପୌରପରିଷଦ ଅଧିନସ୍ଥ ଚୋରଦା ର ଗ୍ରାମ କମିଟି ଓ ଯୁବ ପିଢ଼ି ମାନେ ଓଡିଶା ର କଳା ସଂକୃତି କୁ ବଞ୍ଚାଇ ରଖିବା ପାଇଁ ଏକ ପ୍ରୟାସ ଜାରି ରଖିଛ l ଏବେ ମୋବାଇଲ ଯୁଗ ରେ ଗ୍ରାମ ର କଳା ସଂକୃତି ଡୁବି ଯାଉ ଥିଲା ବେଳେ ଚୋରଦା ର ଯୁବ ପିଢ଼ି ମାନେ ଆଗ ଭର ହୋଇ କଳା ସଂକୃତି କୁ ଉଦୁ ଜୀବିତ କରି ଅନ୍ୟ ମାନଂକୁ ପ୍ରେରଣା ର ବାଟ ଦେଖାଇ ଛନ୍ତି l ଏହି ଗ୍ରାମରେ ଚତୁର୍ଥ ବର୍ଷ ମଞ୍ଚ ନାଟକ ପରିବେଷଣ ନିମନ୍ତେ ଦୁର୍ଗା ପୂଜା ମହାଷ୍ଟମୀ ଉପଲକ୍ଷ ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ନିର୍ଦ୍ଦେଶକ ଗୌରାଙ୍ଗ ଚରଣ ପ୍ରଧାନ ଓ ଗ୍ରାମର ସଭାପତି ବିଦ୍ୟାଧର ମହାନ୍ତି ଓ ସଂପାଦକ ରବିନାରାୟଣ ପୁହାଣ. ଗଦାଧର ମହାନ୍ତି. ହୃଦାନନ୍ଦ ସାମଲ. ବ୍ୟାସନଗର ପୌର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ. ବିଜୟ କୁମାର ମହାନ୍ତି. ଗଣନାଥ ରାଉତ. ଅନିରୁଦ୍ଧ ମହାନ୍ତି. ଅଜୟ କୁମାର ରାଉତ. ପ୍ରଦ୍ୟୁମ୍ନ କୁମାର ବୋଇତାଇ. ଲୋକନାଥ ବେହାର . ଶରତ ମହାନ୍ତି ସହ ଚୋରଦା ଗ୍ରାମର ବରିଷ୍ଠ ଗ୍ରାମବାସୀ ତଥା ଯୁବ କଳାକାର ମାନେ ଉପସ୍ଥିତ ରହି ମା ଚଣ୍ଡି ଓ ମା ସରସ୍ଵତୀଙ୍କ ମନ୍ଦିରେ ପୂଜକ ଟୁକୁ ଉପାଧିୟା ଙ୍କ ଦ୍ଵାରା ବହିକୁ ପୂଜା କରି ଶୁଭ ମହୁରତ କରାଯାଇ ଥିଲା। ତେବେ ନିର୍ଦେଶକ ଗୌରାଙ୍ଗ ଚରଣ ପ୍ରଧାନ ଯୁବ କଳାକାର ମାନଙ୍କୁ ନେଇ ବେଶ୍ ଉଛାହିତ ଥିବା ସେ କହନ୍ତି। । ସୁଚନା ବିଗତବର୍ଷ ଗ୍ରାମର ଯୁବ କଳାକାରଙ୍କ ଦ୍ଵାରା ନାଟକ ପରିବେଷଣ କରି ଗ୍ରାମ ତଥା ସହରରେ ବେଶ୍ ପ୍ରଶଂସା ପାଇଥିଲେ । ତେବେ ଚଳିତ ବର୍ଷ ଏହି ଯୁବ କଳାକାରଙ୍କ ଦୃଢ ଇଛା ଓ ନିଷ୍ଟାର ସହ ଆହୁରି ଉନ୍ନତ ଧରଣର ଅଭିନୟ କରିବାକୁ ପ୍ରୟାସ ଜାରି ରଖିଛନ୍ତି ବୋଲି କହନ୍ତି। ତେବେ ଚୋରଦା ଗ୍ରାମର ଯୁବ କଳାକାରଙ୍କ ନିଖୁଣ ଅଭିନୟ ସମସ୍ତ ଙ୍କୁ ଆକର୍ଷିତ କରିଥିବା ବେଳେ ଏଥିରେ ଗ୍ରାମବାସୀ ମାନଙ୍କର ପୁର୍ନ ସାହାଯ୍ଯ ଓ ସହଯୋଗ ରହିଛି ବୋଲି କହନ୍ତି। ତେବେ ୨୦୨୬ ମା ସରସ୍ଵତୀଙ୍କ ପୂଜା ଉପଲକ୍ଷ ଦୀର୍ଘ ଦୁଇଦିନ ଧରି ଏହି ନାଟକ ପରିବେଷଣ ହେବ ଏବଂ ପ୍ରଥମ ଦିନରେ ସ୍ଵାମୀ ପାଇଁ ପଛେ ନର୍କ କୁ ଯିବି, କହି ଦେଲେ କଥା ସରିଯିବ ଭଳି ଦମଦାର ନାଟକ ପରିବେଷଣ ହେବ ବୋଲି ବିଣାପାଣି ପରିଷଦ କମିଟ୍ ପକ୍ଷରୁ କୁହା ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking