26.1 C
Bhubaneswar
Saturday, March 14, 2026
Homeଦେଶ ବିଦେଶଜଣାପଡିଲା କାହିଁକି ଘଟିଲା ଏତେ ବଡ଼ ପ୍ଲେନକ୍ରାଶ୍‌!

ଜଣାପଡିଲା କାହିଁକି ଘଟିଲା ଏତେ ବଡ଼ ପ୍ଲେନକ୍ରାଶ୍‌!

ଅହମ୍ମଦାବାଦ: ଗୁରୁବାର ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକ ବିମାନବନ୍ଦରକୁ ଯାଉଥିବା ଏୟାର ଇଣ୍ଡିଆର ବିମାନ ଏଆଇ-୧୭୧ ଉଡ଼ାଣ ପରେ କିଛି ମୁହୂର୍ତ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୪୨ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବ୍ରିଟିଶ ନାଗରିକ ବିଶ୍ୱାସ କୁମାର ରମେଶ ଏକମାତ୍ର ବଞ୍ଚିଥିବା ଯାତ୍ରୀ ଭାବେ ଚିହ୍ନଟ ହୋଇଛନ୍ତି। ବିମାନଟି ଅହମଦାବାଦର ବିଜେ ମେଡିକାଲ କଲେଜ ଓ ହସ୍ପିଟାଲର ହଷ୍ଟେଲ ଉପରେ ଖସିଥିଲା, ଯେଉଁଠାରେ ଅତିକମରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହା ଭାରତର ସାମ୍ପ୍ରତିକ ସମୟରେ ହୋଇଥିବା ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା ମଧ୍ୟରୁ ଅନ୍ୟତମ। ଗୁଜୁରାଟର ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ବିମାନ AI 171 ଉଡ଼ାଣ ଭରିବାର କିଛି ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାସ୍ଥଳରୁ ପ୍ରବଳ କଳା ଧୂଆଁ ବାହାରୁଥିବାର ଫଟୋ ଓ ଭିଡିଓ ଭାଇରାଲ ହୋଇସାରିଛି। ଦୁର୍ଘଟଣା କିପରି ଘଟିଲା? ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ହୋଇନାହିଁ। ତଥାପି, DGCA କହିଛି ଯେ ବିମାନର ଉଭୟ ପାଇଲଟ ଅଭିଜ୍ଞ ଥିଲେ।

ଡିଜିସିଏ କହିଛି ଯେ ବିମାନର ପାଇଲଟ ଥିଲେ କ୍ୟାପଟେନ ସୁମିତ ସବରୱାଲ। ସେ ଜଣେ ଏଲଟିସି (ଲାଇନ୍ ଟ୍ରେନିଂ କ୍ୟାପଟେନ) ଓ ତାଙ୍କର ୮,200 ଘଣ୍ଟା ଉଡ଼ାଣ ଅଭିଜ୍ଞତା ଅଛି। ତାଙ୍କ ସହିତ କ୍ଲାଇଭ୍ କୁନ୍ଦର ସହ-ପାଇଲଟ୍ କିମ୍ବା ପ୍ରଥମ ଅଧିକାରୀ ଭାବରେ ଥିଲେ। ତାଙ୍କର ୧୧୦୦ ଘଣ୍ଟା ଉଡ଼ାଣ ଅଭିଜ୍ଞତା ଥିଲା। ଅହମ୍ମଦାବାଦ ବିମାନବନ୍ଦର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ କହିଛି ଯେ ବିମାନଟି ରାତି ୧:୩୯ ରେ ରନୱେ ୨୩ ରୁ ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ପାଇଲଟ୍ ବିମାନ ଟ୍ରାଫିକ୍ କଣ୍ଟ୍ରୋଲକୁ ‘ମେଡେ କଲ୍’ କରିଥିଲେ। ଅର୍ଥାତ୍, ସେ ଏକ ବିପଦ ସଙ୍କେତ ପଠାଇଥିଲେ। ଏହା ପରେ, ATC ବିମାନକୁ ଫୋନ୍ କରିଥିଲା। କିନ୍ତୁ କୌଣସି ପ୍ରତିକ୍ରିୟା ମିଳିଲା ନାହିଁ। ଉଡ଼ାଣ ଆରମ୍ଭ ହେବାର ୫ ମିନିଟ୍ ପରେ, ବିମାନଟି ବିମାନବନ୍ଦର ବାହାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking