36.1 C
Bhubaneswar
Friday, March 27, 2026
Homeଅପରାଧପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ; ମୁଖ୍ୟ...

ପୁଞ୍ଜିନିବେଶ ନାଁରେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ; ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ: ପୁଞ୍ଜିନିବେଶ ନାଁରେ ଜଣେ ଆଇଟି ପ୍ରୋଫେସନାଲଙ୍କ ଠାରୁ ୧୯ ଲକ୍ଷ ୮୪ ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ହେଉଛନ୍ତି ଛତିଶଗଡ, ରାୟପୁରର ଅଶ୍ୱିନୀ ପାଲ (୪୧ ବର୍ଷ)। ଅଭିଯୁକ୍ତଙ୍କ ବିରୋଧରେ ପ୍ରାୟ ୨୩ଟି ଠକେଇ ଅଭିଯୋଗ ରହିଛି । ପୋଲିସ ଅଭିଯୁକ୍ତଙ୍କ ନିକଟରୁ ମୋବାଇଲ, ସିମ୍ କାର୍ଡ, ଆଧାର କାର୍ଡ, ପାନ୍ କାର୍ଡ ଜବତ କରାଯାଇଛି। ଅଭିଯୋଗ ଅନୁଯାୟୀ, ହ୍ୱାଟସଆପ୍ ଜରିଆରେ ଘରେ ବସି ରୋଜଗାର କରିବାକୁ +୧(୬୭୨)୮୮୮୧୦୦୩ ନମ୍ବରରୁ ଅଭିଯୋଗକାରୀଙ୍କ ନିକଟକୁ ଏକ ମେସେଜ୍ ଆସିଥିଲା। ଏ ସମ୍ପର୍କରେ ସେ ହ୍ୱାଟ୍ସଆପ୍ ଆକାଉଣ୍ଟ ବ୍ୟବହାରକାରୀଙ୍କୁ ପଚାରିଥିଲେ।

କେବଳ ୟୁଟ୍ୟୁବ୍ ଆକାଉଣ୍ଟ ସଦସ୍ୟତା ଗ୍ରହଣ କରି ପ୍ରତିବଦଳରେ ତାଙ୍କୁ ୫୦ ଟଙ୍କା ମିଳିବ ବୋଲି ସାଇବର ଠକ ଜଣକ କହିଥିଲେ । ଅଧିକ ରୋଜଗାର ବିଷୟରେ ଚିନ୍ତା କରି ସେ ପର‌୍ୟ୍ୟାୟକ୍ରମେ ସାଇବର ଠକଙ୍କ ନିର୍ଦ୍ଦେଶ ପାଳନ କରିଥିଲେ । ପରେ ଠକମାନେ ତାଙ୍କୁ ଏକ ଟେଲିଗ୍ରାମ ଗ୍ରୁପରେ ଯୋଡ଼ିଵା ସହ ୟୁଟ୍ୟୁବ୍ ଆକାଉଣ୍ଟର ସଦସ୍ୟତା ଗ୍ରହଣର ସ୍କ୍ରିନ୍ ସଟ୍ ସେୟାର କରିବାକୁ ନିର୍ଦେଶ ଦେଇଥିଲେ। ଏହାପରେ ଅନ୍ୟ ଜଣେ ଠକ ତାଙ୍କୁ ନିବେଶ ଯୋଜନାରେ ଟଙ୍କା ଜମା କରି ଏହି ପ୍ଲାଟଫର୍ମରେ ଅଧିକ ଟଙ୍କା ରୋଜଗାର କରିପାରିବେ ବୋଲି ପ୍ରବର୍ତ୍ତାଇଥିଲା । ପ୍ରାରମ୍ଭିକ ପର‌୍ୟ୍ୟାୟରେ ସାଇବର ଠକମାନେ ତାଙ୍କୁ ୧୨,୬୦୦/- ଏବଂ ୧୫୫୦/- ଟଙ୍କା ମଧ୍ୟ ଫେରସ୍ତ କରିଥିଲେ ।

ଯାହା ଦ୍ୱାରା ଅଭିଯୋଗକାରୀ ଜଣକ ଠକ ମାନଙ୍କୁ ବିଶ୍ୱାସ କରିବା ଆରମ୍ଭ କଲେ। ପରେ ସାଇବର ଠକଙ୍କ ନିର୍ଦ୍ଦେଶକ୍ରମେ ସେ ୮ଟି କାରବାରରେ ନିଜ ଆକାଉଣ୍ଟରୁ ଚାରିଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ୧୯,୮୪,୦୦୦- ଟଙ୍କା ଜମା କରିଥିଲେ। କେବଳ ସେତିକିରେ କଥା ସରି ନ ଥିଲା। ଅଭିଯୋଗକାରୀଙ୍କୁ ଟ୍ରେଡିଂ ଏବଂ ଭଲ ରିଟର୍ଣ୍ଣ ପାଇଁ ବିଟ୍ କଏନ୍ କିଣିବା ପାଇଁ http://viacom1.com ଉପରେ ଗୋଟିଏ ଆକାଉଣ୍ଟ ଖୋଲିବାକୁ ମଧ୍ୟ ଅନୁରୋଧ କରିଥିଲେ। ବିପୁଳ ପରିମାଣର ଟଙ୍କା ଜମା କରିବା ସତ୍ତ୍ୱେ ଠକମାନେ ତାଙ୍କ ୱାଲେଟ ଜରିଆରେ ଟଙ୍କା ଉଠାଇବାକୁ ଦେଇନଥିଲେ ବରଂ ଆୟକର ମଞ୍ଜୁରୀ ପାଇଁ ମଧ୍ୟ ବିପୁଳ ଟଙ୍କା ମାଗିଥିଲେ। ଶେଷରେ ଅଭିଯୋଗକାରୀ ହତାଶ ହୋଇ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅଶ୍ୱିନୀ ପାଲକୁ ଗିରଫ କରିଛି। ଅଭିଯୁକ୍ତ ଅଶ୍ୱିନୀ ଛତିଶଗଡ଼ର ମୋୱାସ୍ଥିତ ପାଣ୍ଡ୍ରିଠାରେ ଏକ ମେଡିସିନ୍ ଷ୍ଟୋର ଚଳାଉଥିଲେ ଏବଂ ଜଣେ ବ୍ୟକ୍ତିଙ୍କ ପ୍ରଭାବରେ ମହାମାୟା ମେଡ଼ିକାଲ ଷ୍ଟୋର ନାମରେ ଏକ ଆକାଉଣ୍ଟ ତିଆରି କରି ସାରା ଦେଶରେ ବିଭିନ୍ନ ପୀଡ଼ିତାଙ୍କଠାରୁ ଟଙ୍କା ପାଇବା ପାଇଁ ବ୍ୟବହାର କରଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking