27.1 C
Bhubaneswar
Saturday, October 19, 2024
Homeଓଡିଶାବଡ ଠାକୁର ପଡ଼ିଯିବା ଘଟଣାକୁ ସାମାନ୍ୟ କହିବା ଦୁର୍ଭାଗ୍ୟ ଜନକ : କଂଗ୍ରେସ

ବଡ ଠାକୁର ପଡ଼ିଯିବା ଘଟଣାକୁ ସାମାନ୍ୟ କହିବା ଦୁର୍ଭାଗ୍ୟ ଜନକ : କଂଗ୍ରେସ

ଭୁବନେଶ୍ୱର : ତଳିତ ରଥ ଯାତ୍ରାର ପ୍ରଥମ ଦିନରେ ଜଣେ ଭକ୍ତ ଙ୍କ ମୃତ୍ୟୁ ଓ ଶତାଧିକ ଆହତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜଣକ l ସେହି ପରି ଦିତ୍ୱୀୟ ଦିନରେ ବଳଭଦ୍ର ଠାକୁର ଚାରମାଳ ଉପରେ ହାମୁଡେ଼ଇ ପଡ଼ିବା କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଗଭୀର ମାନସିକ ଆଘାତ ଦେଇଛି l ଏହା ଦୁର୍ଭାଗ୍ୟ ଜନକ l ମାତ୍ର ତାହା ଠାରୁ ଆହୁରି ଦୁର୍ଭାଗ୍ୟ ଜଣକ ହେଉଛି, ଏହି ଘଟଣା କୁ “ସାମାନ୍ୟ” ବା ” ମମୁଲି” ବୋଲି ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଗଣ ମାଧ୍ୟମରେ କହିବା l କଂଗ୍ରେସ ଦଳ ଏହା କୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଦୃଢ଼ ପ୍ରତିବାଦ କରିବା ସହିତ ତଦନ୍ତ କମିଶନ ବସାଇ ଦୁର୍ଘଟଣା ପଛର ପ୍ରକୃତ ରହସ୍ୟ କୁ ଲୋକଙ୍କ ସାମ୍ନା କୁ ଆଣିବା ପାଇଁ ଦାବି କରିଛି l

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କୁ ସମ୍ବୋଧିତ କରି ଦଳର ଉପସଭାପତି ଶ୍ରୀ ଶିବାନନ୍ଦ ରାୟ ବିଜେପି ସରକାର ଉପରେ ବର୍ଷି ଥିଲେ l ରଥ ଯାତ୍ରା ର ପ୍ରଥମ ଦିନ ରେ ଜଣେ ଭକ୍ତ ଙ୍କ ମୃତ୍ୟୁହେବା ଓ ଶତାଧିକ ଆହତ ହେବା ଏକ ଅଶୁଭ ଲକ୍ଷଣ l କାହିଁକି ଏହା ଘଟିଲା, କିଏ ଏଥିପାଇଁ ଦାୟୀ, କାହାର ଅବହେଳା ଏଠାରେ ରହିଛି – ଏସବୁର ତଦନ୍ତ ହେବା ଆବଶ୍ୟକ l ତଦନ୍ତ କମିଶନ ବସାଇ ପ୍ରକୃତ ସତ୍ୟକୁ ଲୋକ ଲୋଚନ କୁ ଆଣିବାକୁ କଂଗ୍ରେସ ଦାବି କରୁଛି ବୋଲି ଶ୍ରୀ ରାୟ କହିଥିଲେ l

ଦଳର ବରିଷ୍ଠ ପ୍ରବକ୍ତା ଶ୍ରୀ ମନୋରଞ୍ଜନ ଦାସ କହିଲେ ଯେ ପହଣ୍ଡି ସମୟରେ ବଡ଼ ଠାକୁର ହାମୁଡେ଼ଇ ପଡ଼ିବା ଏକ ଅତି ସମ୍ବେଦନଶୀଳ ଘଟଣା , ଯାହାକି ଦେଶ ଏବଂ ଦେଶ ବାହାରେ ଥିବା କୋଟି କୋଟି ଭକ୍ତଙ୍କୁ ଗଭୀର ମାନସିକ ଆଘାତ ଦେଇଛି l ଏହା ଏକ ବିରଳ ଘଟଣା, ଯାହା ଅତୀତରେ କେବେ ଦେଖା ଯାଇନଥିଲା l ମାତ୍ର ଉପ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଏହାକୁ ସାମାନ୍ୟ ଘଟଣା ବୋଲି କହିବା ଅତି ଦୁର୍ଭାଗ୍ୟ ଜନକ l ଏଥି ପାଇଁ ଦୁଃଖ ପ୍ରକାଶ ବା କ୍ଷମା ମାଗିବା ପରିବର୍ତ୍ତେ ‘ ଏହା ସାମାନ୍ୟ ଘଟଣା’ , ‘ ଏହା ମହାପ୍ରଭୁଙ୍କ ଏକ ଲୀଳା ‘ ଇତ୍ୟାଦି କହି ଘଟଣାର ଗୁରୁତ୍ବ କୁ କେବଳ ଅବମାନନା କରି ନାହାନ୍ତି, ନିଜ ଭିତରେ ଥିବା ଅହଙ୍କାର କୁ ମଧ୍ୟ ପ୍ରକାଶ କରିଛନ୍ତି l ଏହାକୁ ଜଗନ୍ନାଥ ପ୍ରେମୀ ମାନେ କେବେ ହେଲେ ବରଦlସ୍ତ କରିବେ ନାହିଁ l କଂଗ୍ରେସ ଏହାର ଦୃଢ଼ ନିନ୍ଦା କରିବା ସହିତ ତଦନ୍ତ କମିଶନ ବସାଇ ଏହା ପଛର ପ୍ରକୃତ ରହସ୍ୟ ଓଡ଼ିଶା ବାସୀ ଙ୍କୁ ଜଣାଇବା ପାଇଁ ଦାବି କରିଥିଲେ l ଏହି ସାମ୍ୱାଦିକ ସମ୍ମିଳନୀ ରେ ଅନ୍ୟତମ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ,ମନୋରଞ୍ଜନ ଦାସ ଓ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଜୟୀନରୟାଣ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking