30.1 C
Bhubaneswar
Tuesday, January 20, 2026
Homeଅପରାଧପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳି କେଲେ ସରପଞ୍ଚ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଗୁଳି କେଲେ ସରପଞ୍ଚ

ବୌଦ୍ଧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ କଷୁରବନ୍ଧ ଗାଁରେ ଘଟିଛି ଅଭାବନୀୟ ଘଟଣା । ସରପଞ୍ଚଙ୍କ ଗୁଳି ମାଡ଼ରେ ଯୁବକ ଗୁରୁତର । ଗୁରତର ଯୁବକ ଜଣକ ହେଲେ କସୁରବନ୍ଧ ଗାଁର ରାଜେନ୍ଦ୍ର କର୍ଣ୍ଣ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳିମାଡ଼ ହୋଇଥିବା ଜଣାଯାଇଛି। ଗତକାଲି ରାତି ପ୍ରାୟ ୯ଟା ସମୟରେ କଷୁରବନ୍ଧ ସରପଞ୍ଚ ସରୋଜ କର୍ଣ୍ଣ ଓ ତାଙ୍କ ବାପା,ଭାଇଙ୍କ ସହ ରାଜେନ୍ଦ୍ରଙ୍କର କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ସରପଞ୍ଚ ଉତ୍ତ୍ୟକ୍ତ ହୋଇ ରାଜେନ୍ଦ୍ରଙ୍କ ଉପରକୁ ପ୍ରଥମେ ଗୋଟିଏ ରାଉଣ୍ଡ ଫ୍ଲସ୍‌ ଫାୟାରିଂ କରିଥିଲେ। ପରେ ରାଜେନ୍ଦ୍ର ଦୁଇ ଗୋଡ଼କୁ ଦୁଇ ରାଉଣ୍ଡ ଗୁଳି ମାଡ଼ କରିଥିଲେ ସରପଞ୍ଚ। ଫଳରେ ରାଜେନ୍ଦ୍ର ତଳେ ପଡ଼ିଯାଇଥିଲେ। ପରେ ସରପଞ୍ଚ ସରୋଜ ଏବଂ ତାଙ୍କ ବାପା ଓ ଭାଇ ମିଶି ରାଜେନ୍ଦ୍ରଙ୍କୁ ଲାଠିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି l ଗୁରୁତର ରାଜେନ୍ଦ୍ରଙ୍କୁ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସୋନପୁର ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ସରପଞ୍ଚଙ୍କ ନାଁରେ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଦୋଷୀକୁ କଠୋର ଦଣ୍ଡ ମିଳୁ ବୋଲି ପରିବାର ଲୋକେ ଦାବି କରିଛନ୍ତି। ମନମୁଣ୍ଡା ପୁଲିସ ଘଟଣାର ତଦନ୍ତ କରଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking