18.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଇତିହାସ ରଚିଲା ଇସ୍ରୋ : ଶ୍ରୀହରିକୋଟାରୁ ଲଞ୍ଚ ହେଲା ନାବିକ୍

ଇତିହାସ ରଚିଲା ଇସ୍ରୋ : ଶ୍ରୀହରିକୋଟାରୁ ଲଞ୍ଚ ହେଲା ନାବିକ୍

ନୂଆଦିଲ୍ଲୀ : ନୂଆ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଶ୍ରୀହରିକୋଟାରୁ ୧୦୦ତମ ଉତକ୍ଷେପଣ ସହ ଶତକ ହାସଲ କରିଛି। ଅପଗ୍ରେଡ୍ ହେବ ଭାରତର ନାବିକ ସାଟେଲାଇଟ୍। ଆଜି ସକାଳ ୬ଟା ୨୩ରେ ନାବିକ୍-ଟୁ ମିଶନ ଲଞ୍ଚ ହୋଇଛି । ଶ୍ରୀହରିକୋଟାରୁ ଜିଏସଏଲଭି ରକେଟ ମାଧ୍ୟମରେ ଏହାକୁ ମହାକାଶକୁ ପଠାଯାଇଛି। ନାବିକ୍ ହେଉଛି ଭାରତର ରିଜିଓନାଲ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍ । ଏହା ଆମେରିକାର ଜିପିଏସ୍ ଭଳି କାର୍ଯ୍ୟ କରେ। କାରିଗିଲ ଯୁଦ୍ଧବେଳେ କାଶ୍ମୀରର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ଜିପିଏସ୍ କାର୍ଯ୍ୟକ୍ଷମ ହୋଇନପାରିବାରୁ ଭାରତୀୟ ସେନାକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ଏହାପରେ ଭାରତ ସରକାର ଦେଶର ନିଜସ୍ଵ ଜିପିଏସ୍ ପ୍ରଚଳନ ପାଇଁ ନିଷ୍ପତ୍ତି ନେଇଥିଲେ। ୧୯୯୧ ମସିହାରେ ନାବିକ୍ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହାକୁ ୨୦୧୩ ମସିହାରେ ଉତକ୍ଷେପଣ କରାଯାଇଥିଲା। ଆଜି ନାବିକ୍-ଟୁ ମିଶନ ଲଞ୍ଚ ହୋଇଛି । ଏହା କାର୍ଯ୍ୟକାରୀ ହେବା ପରେ ଯାନବାହନ , ଉଡାଜାହାଜ , ମୋବାଇଲ ଫୋନ୍ ଆଦିର ଅବସ୍ଥିତି ନିରୂପଣ କରିବା ଅଧିକ ସହଜ ହୋଇପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking