18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଲେବାନନ୍ ଉପରେ ଇସ୍ରାଏଲର ପୁଣି ଆକ୍ରମଣ, ହିଜବୁଲାର ୫୦ ଆତଙ୍କୀ ସଫା

ଲେବାନନ୍ ଉପରେ ଇସ୍ରାଏଲର ପୁଣି ଆକ୍ରମଣ, ହିଜବୁଲାର ୫୦ ଆତଙ୍କୀ ସଫା

ନୂଆଦିଲ୍ଲୀ : ଇସ୍ରାଏଲ ପକ୍ଷରୁ ଲେବାନନ୍‌ରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ବିରୋଧରେ ଆକ୍ରମଣ ଜାରି ରହିଛି। ଇସ୍ରାଏଲର ପ୍ରତିରକ୍ଷା ବାହନୀ(ଆଇଡିଏଫ୍) କହିଛି ସେ ଗତ ୨୪ ଘଣ୍ଟାରେ ଦକ୍ଷିଣ ଲେବାନନ୍‌ରେ ମୁହାଁମୁହିଁ ଲଢେଇରେ ହିଜବୁଲ୍ଲାର ୫୦ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଛି ଓ ବାୟୁସେନାକୁ ଆକ୍ରମଣକୁ ନର୍ଦେଶ ଦେଇଛି। ଆଇଡିଏଫ୍ କହିଛି ସେ ଉତ୍ତର ଇସ୍ରାଏଲ ଓ ସେନା ବଳକୁ ଟାର୍ଗେଟ କରି ସୁଡଙ୍ଗ, ବହୁ ହତିଆର ଭଣ୍ଡାର, ରକେଟ ଲଞ୍ଚର, ମୋର୍ଟାର ବମ୍‌ ଓ ଆଣ୍ଟି ଟ୍ୟାଙ୍କ ମିସାଇଲ ସହ ୨୦୦ ରୁ ଅଧିକ ହିଜବୁଲ୍ଲାର ସ୍ଥାନକୁ ଟାର୍ଗେଟ କରିଛି। ଇସ୍ରାଏଲୀ ବାୟୁସେନା ସିରିଆ-ଲେବାନନ୍‌ ସୀମାରେ ଟାର୍ଗେଟ କରିଛି।

ଇସ୍ରାଏଲ ଆକ୍ରମଣରେ ୨୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି।ଏତେ ସବୁ କ୍ଷତି ପରେ ହିଜବୁଲ୍ଲା ଏବେ ବି ଇସ୍ରାଏଲର ସୈନିକଙ୍କ ସହ ଲଢୁଛି। ସୀମାରେ ରହି ରକେଟ ମାଡ କରୁଛି। ଅନ୍ୟପକ୍ଷେ ହିଜବୁଲା ମଧ୍ୟ ଏହି ଆକ୍ରମଣ ପରେ ଇସ୍ରାଏଲକୁ ଧମକ ଦେଇଛି। ହିଜବୁଲା କହିଛି ଯେ, ସେ ପର୍ଯ୍ୟନ୍ତ ଉତ୍ତର ଇସ୍ରାଏଲ ଭଲ ରହିବ ଯେ ପର୍ଯ୍ୟନ୍ତ ଗାଜା ପଟି ଓ ଲେବାନନ୍ ବିରୋଧରେ ଯୁଦ୍ଧ ବନ୍ଧ ନକରିଛି। ଯଦି ବନ୍ଦ ନହୁଏ ତେବେ ଇସ୍ରାଏଲ ଭୟଙ୍କର ପରିଣାମ ଭୋଗିବ। ଏହା ମଧ୍ୟରେ ଇସ୍ରାଏଲୀ ସେନା ଗାଜାରେ ନିଜର ଅଭିଯାନ ଜାରି ରଖିଛି। ସେଠାରେ ମଧ୍ୟ ହମାସର ବହୁ ଆଡ୍ଡାକୁ ଟାର୍ଗେଟ କରି ନଷ୍ଟ କରିଛି। ଟ୍ୟାଙ୍କ ଫାୟାର, ସର୍ଟ ରେଞ୍ଜ ଫାୟର ବାୟୁସେନାର ଆକ୍ରମଣ ମାଧ୍ୟମରେ ବହୁ ଆତଙ୍କବାଦୀଙ୍କୁ ମାରିଛି। ଅନ୍ୟପକ୍ଷେ ହିଜବୁଲା ଘୋଷଣା କରିଛି ଯେ, ସେ ଉତ୍ତର ଇସ୍ରାଏଲର ସେହି ଆବାସିକ ଭବନ ଓ ଆଡ୍ଡାକୁ ଟାର୍ଗେଟ କରିବ, ଯାହାର ଉପଯୋଗ ଇସ୍ରାଏଲ ସେନା କରୁଥିଲା ଓ ନାଗରିକଙ୍କୁ ଆଗାମୀ ସୂଚନା ପର୍ଯ୍ୟନ୍ତ ଏହି ବିଲ୍ଡିଂଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking