24.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶତିନି-ତିନିଟି ଯୁଦ୍ଧ ଲଢୁଥିବା ଇସ୍ରାଏଲର ସେନା କରୁଛନ୍ତି ଆତ୍ମହତ୍ୟା !

ତିନି-ତିନିଟି ଯୁଦ୍ଧ ଲଢୁଥିବା ଇସ୍ରାଏଲର ସେନା କରୁଛନ୍ତି ଆତ୍ମହତ୍ୟା !

ନୂଆଦିଲ୍ଲୀ : ୨୦୨୪ ମସିହାରେ ଇସ୍ରାଏଲ ସଂପୂର୍ଣ୍ଣ ରୂପେ ଯୁଦ୍ଧରେ ଫସି ରହି ଥିବାର ନଜର ଆସିଥିଲା ଏବଂ ନୂଆ ବର୍ଷରେ ଏହା ୟହୁଦୀ ଦେଶ ବିରୋଧରେ ଯୁଦ୍ଧର ଏକ ନୂଆ ମୋର୍ଚ୍ଚା ଖୋଲିବାରେ ଯୁଦ୍ଧରେ ଆହୁରି ଅଧିକ ଫସି ରହିବାର ସମ୍ଭାବନା ରହିଛି। ଅକ୍ଟୋବର ୨୦୨୩ରେ ହମାସ ଦ୍ୱାରା କରାଯାଇ ଥିବା ହମଲା ପରେ ଇସ୍ରାଏଲ ଶତ୍ରୁ ଦେଶ ଉପରେ ଆତଙ୍କ ସାଜିଛି। ପ୍ରଥମେ ହମାସ ପରେ ଲେବାନନ ଓ ଏବେ ନୂଆ ବର୍ଷ ସହ ହିଁ ୟମନର ହୁତି ବିଦ୍ରୋହୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଆରମ୍ଭ ହୋଇ ସାରିଛି। ଯୁଦ୍ଧର ତିନୋଟି ମୋର୍ଚ୍ଚାରେ ଫସି ଥିବା ଇସ୍ରାଏଲର ସୈନିକଙ୍କ ମନୋସ୍ଥିତି ଠିକ୍ ନାହିଁ। ଇସ୍ରାଏଲର ଫୌଜ ଅର୍ଥାତ୍ ଆଇଡିଏଫ୍‌ର ଡାଟା କୁହେ କି ଯୁଦ୍ଧ ଆରମ୍ଭ ହେବା ପରେ ସୈନିକଙ୍କ ମଧ୍ୟରେ ଆତ୍ମହତ୍ୟାର ପ୍ରବୃତ୍ତି ବଢିବାରେ ଲାଗିଛି। ୨୦୨୩ ଓ ୨୦୨୪ରେ ୩୮ଜଣ ସୈନିକ ଆତ୍ମହତ୍ୟା କରିଛନ୍ତି।

ହମାସ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଆତ୍ମହତ୍ୟାର ୨୮ଟି ମାମଲା ସାମନାକୁ ଆସିଛି। ଚିନ୍ତିତ ନେତନ୍ୟାହୁ ସରକାର ଏହାକୁ ରୋକିବା ପାଇଁ ୮୦୦ରୁ ଅଧିକ ଡାକ୍ତରଙ୍କ ଟିମ୍ ସାହାଯ୍ୟ ପାଇଁ ନିଆଯାଇଛି। ସେମାନେ ଲଗାତାର ସୈନିକଙ୍କ କାଉନ୍େସଲିଙ୍ଗ୍ କରୁଛନ୍ତି। ଆଇଡିଏଫ୍ ଗତ ଦୁଇ ବର୍ଷରେ ହୋଇଥିବା ମୃତ୍ୟୁର ତଥ୍ୟ ଜାରି କରି କହିଛନ୍ତି ଯେ , ଯୁଦ୍ଧ ବେଳେ ସେନାରେ ଆତ୍ମହତ୍ୟା ଗୁଡ଼ିକର ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ଆଇଡିଏଫ୍‌ର ତଥ୍ୟ ଅନୁସାରେ, ୨୦୨୩ ଓ ୨୦୨୪ରେ ୩୮ଜଣ ସୈନିକମାନେ ଆତ୍ମହତ୍ୟା କରିଛନ୍ତି – ଏଥିରୁ ୨୮ଜଣ ୭ ଅକ୍ଟୋବର ୨୦୨୩ରେ ହୋଇଥିବା ହମଲା ପରେ ଆତ୍ମହତ୍ୟା କରିଛନ୍ତି । ୨୦୨୨ରେ ଆଇଡିଏଫ୍‌ରେ ୧୪ଜଣ ଆତ୍ମହତ୍ୟା ରୁଜୁ ହୋଇଛି ଏବଂ ୨୦୨୧ରେ ଏହି ସଂଖ୍ୟା ୧୧ ଥିଲା।

ଆଇଡିଏଫ୍ ସୂଚନା ଅନୁସାରେ , ୫୫୮ଜଣ ସୈନିକଙ୍କ ମୃତ୍ୟୁ ହୋଇଛି, ଯେଉଁଥିରେ ୫୧୨ର ଯୁଦ୍ଧ ବେଳେ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୧୬ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି,ଯେଉଁଥିରେ ପ୍ରଶିକ୍ଷଣ ବେଳେ ଦୁଇ, ନାଗରିକ କାର ଦୁର୍ଘଟଣାରେ ୪, ସେନା କାର ଦୁର୍ଘଟଣାରେ ୫ , ଏକ ଆକସ୍ମିକ ହତିଆର ବିସ୍ଫୋରଣର ପରିଣାମସ୍ୱରୂପ ଓ ୧୦ ରୋଗୀଙ୍କ ମୃତ୍ୟୁ ହୋଇଛି। ୨୦୨୪ରେ, ଆଇଡିଏଫ୍ ସେନାରେ ମୋଟ ୩୬୩ ମୃତ୍ୟୁ ରେକର୍ଡ କରିଛି। ଯେଉଁଥିରେ ଯୁଦ୍ଧ ବେଳେ ପରିଚାଳନା ଗତିବିଧିରେ ୨୯୫ ଓ ଆତଙ୍କବାଦୀ ହମଲାରେ ୧୧ ମୃତ୍ୟୁ ସାମିଲ ଅଛି। ଦୁର୍ଘଟଣାରେ ୨୩ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି, ୧୭ଜଣ ନାଗରିକ କାର୍ ଦୁର୍ଘଟଣାରେ , ୩ ସେନା କାର ଦୁର୍ଘଟଣାରେ ତଥା ୧୩ ଜଣଙ୍କର ମୃତ୍ୟୁ ରୋଗରେ ପୀଡ଼ିତ ଯୋଗୁଁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking