25.1 C
Bhubaneswar
Tuesday, January 13, 2026
Homeଅପରାଧକର୍ଣ୍ଣାଟକରେ ଇସ୍ରାଏଲ ଯୁବତୀଙ୍କୁ ଗଣଦୁଷ୍କର୍ମ

କର୍ଣ୍ଣାଟକରେ ଇସ୍ରାଏଲ ଯୁବତୀଙ୍କୁ ଗଣଦୁଷ୍କର୍ମ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଇସ୍ରାଏଲ ଯୁବତୀ ସମେତ ୨ଜଣଙ୍କୁ ଗଣଦୁଷ୍କର୍ମ କରାଯାଇଛି। ସେହିପରି କର୍ଣ୍ଣାଟକରେ ଜଣେ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଦୁଷ୍କର୍ମକାରୀ ଠେଲି ଦେବାରୁ କେନାଲରେ ପଡ଼ି ଓଡ଼ିଆ ଯୁବକଙ୍କ ମୃତ୍ୟୁ ହୋଇଛି। ହାମ୍ପିର ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍ ସାଇଟ ନିକଟ ସାନପୁର ହ୍ରଦ କେନାଲରେ ପଡ଼ି ଓଡ଼ିଆ ଯୁବକ ବିବାସଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ବିବାସ ବୋଲି ଜଣାପଡ଼ିଛି। ତେବେ ଅଳ୍ପକେ ଆମେରିକୀୟ ନାଗରିକ ଏବଂ ମରାଠି ଯୁବକ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ ଗୁରୁବାର ହାମ୍ପିର ୟୁନେସ୍କୋ ୱାର୍ଲ୍ଡ ହେରିଟେଜ୍ ସାଇଟ ନିକଟ ସାନପୁର ହ୍ରଦ କୂଳକୁ ଓଡ଼ିଆ ଯୁବକଙ୍କ ସମେତ ୫ଜଣ ଯାଇଥିଲେ।

୫ଜଣ ଗୁରୁବାର ରାତି ସାଢ଼େ ୧୦ଟାରେ ସାନପୁର ହ୍ରଦ କୂଳରେ ବୁଲାବୁଲି କରୁଥିଲେ। ସାନପୁର ହ୍ରଦକୁ ୩ ଦୁର୍ବୃତ୍ତ ଆସି ପ୍ରଥମେ ପେଟ୍ରୋଲ ଏବଂ ପରେ ୧୦୦ଟଙ୍କା ମାଗିଥିଲେ। ୨ ବିଦେଶୀଙ୍କ ସହ ୫ଜଣ ମନା କରିବାରୁ ସେମାନେ ୩ ଯୁବକଙ୍କୁ ହ୍ରଦକୁ ଠେଲିଦେଇଥିଲେ। ସେମାନଙ୍କ ମଧ୍ୟରୁ ଓଡ଼ିଆ ଯୁବକ କେନାଲରେ ପଡ଼ିଯିବାରୁ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୨ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅପରପକ୍ଷରେ ୩ଜଣ ଯୁବକଙ୍କୁ ହ୍ରଦକୁ ଠେଲିଦେବା ପରେ ୩ଜଣ ଦୁର୍ବୃତ୍ତ ବିଦେଶିନୀ ସହ ଆଉ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି। ହତ୍ୟା ଓ ଗଣଦୁଷ୍କର୍ମରେ ଲିପ୍ତ ବ୍ୟକ୍ତିକୁ ଗିରଫ ପାଇଁ ଉଦ୍ୟମ ଜାରି ରହିଛି ବୋଲି ପୁଲିସ ସୂଚନା ଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking