27.1 C
Bhubaneswar
Tuesday, March 31, 2026
Homeଦେଶ ବିଦେଶସିରିୟାରେ ଇସ୍ରାଏଲ୍ କମାଣ୍ଡୋଙ୍କ ତାଣ୍ଡବଲୀଳା

ସିରିୟାରେ ଇସ୍ରାଏଲ୍ କମାଣ୍ଡୋଙ୍କ ତାଣ୍ଡବଲୀଳା

ନୂଆଦିଲ୍ଲୀ : ଇସ୍ରାଏଲ୍ ସେନା ସିରିଆରେ ଏହାର ଏକ ଗୁପ୍ତ ମିଶନକୁ ନେଇ ଏକ ବଡ଼ ଖୁଲାସା କରିଛି। ଆଇଡିଏଫ୍ କହିଛି, “ରାଷ୍ଟ୍ରପତି ବଶାର ଅଲ-ଅସଦଙ୍କ ଶାସନ କାଳରେ ଇସ୍ରାଏଲର ୧୨୦ କମାଣ୍ଡୋ ସିରିଆରେ ଧ୍ୱଂସର ତାଣ୍ଡବ ରଚିଥିଲେ। ଏହି ଆକ୍ରମଣରେ ଇରାନ ସହାୟତାରେ ସିରିୟାର ଭୂତଳ କ୍ଷେପଣାସ୍ତ୍ର କାରଖାନା ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଆଇଡିଏଫ୍ କହିଛି ଯେ ଇସ୍ରାଏଲ୍ ଏହି ଗୁପ୍ତ ମିଶନକୁ ୮ ସେପ୍େଟମ୍ବର ୨୦୨୪ ରେ କରିଥିଲା, କିନ୍ତୁ ବର୍ତ୍ତମାନ ଏହାକ ସାର୍ବଜନୀନ କରାଯାଇଛି। ଇସ୍ରାଏଲ ଏହି ଗୁପ୍ତ ମିଶନକୁ ‘ଅପରେସନ୍ ମେନି ୱେଜ୍‌’ ନାଁ ଦେଇଥିଲା। ଯାହାକି ମାତ୍ର ୩ ଘଣ୍ଟା ମଧ୍ୟରେ ଇସ୍ରାଏଲ୍ ସେନାର ଗୁରୁତ୍ୱପୂର୍ଣ୍ଣ ଶାଲଡାଗ୍ ୟୁନିଟ୍ ଦ୍ୱାରା କରାଯାଇଥିଲା। ଇସ୍ରାଏଲ ସେନା କହିଛି ଯେ, ଇରାନ୍‌?ର ଏହି ମିଶାଇଲ ଫ୍ୟାକ୍ଟ୍ରୀ ସିରିୟାର ସମୟଫ୍ ଅଞ୍ଚଳରେ ୭୦ ରୁ ୧୩୦ ମିଟର ମାଟି ତଳେ ନିର୍ମାଣ କରାଯାଇଥିଲା।

ସେଠାରେ ଘାତକ ମିଶାଇଲ ଗୁଡ଼ିକର ନିର୍ମାଣ କରାଯାଉଥିଲା ଏବଂ ପରେ ଏହାକୁ ଲେବାନନରେ ହିଜବୁଲ୍ଲାହ ଏବଂ ବସରଅଲ୍ ଅସଦ ସେନାକୁ ପଠାଇଦିଆଯାଉଥିଲା। ସୂଚନାଯୋଗ୍ୟ ଯେ ଇସ୍ରାଏଲ୍ ସେନା କମାଣ୍ଡୋମାନେ ସିରିଆ ଭିତରେ ୨୦୦ କିଲୋମିଟର ପ୍ରବେଶ କରି ଏହି ଗୁପ୍ତ ମିଶନ କରିଥିଲେ ଏବଂ ସିରିଆର ବାୟୁ ପ୍ରତିରକ୍ଷା ପ୍ରଣାଳୀ ସେମାନଙ୍କୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଏହି ସମଗ୍ର ମିଶନରେ ଇସ୍ରାଏଲ୍ ସେନାର କୌଣସି କ୍ଷତି ହୋଇନାହିଁ। ଇସ୍ରାଏଲ କହିଛି, “ଇରାନର ରକେଟ୍ ଉତ୍ପାଦନ କାରଖାନା ଆଇଡିଏଫ୍ ଏୟାର ଷ୍ଟ୍ରାଇକ୍‌?ରେ ନଷ୍ଟ ହୋଇଯାଇଛି। ଇରାନ ୨୦୧୭ ରେ ପାହାଡ଼ ତଳେ ଏହି କ୍ଷେପଣାସ୍ତ୍ର କାରଖାନା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ଯାହାକି ୨୦୨୧ ରେ କାର୍ଯ୍ୟକ୍ଷମ ହୋଇଥିଲା। ଏହି କାରଖାନା ମାଟିରୁ ୭୦ ରୁ ୧୩୦ ମିଟର ତଳେ ନିର୍ମିତ ହୋଇଥିଲା। ଏଥିରେ ୧୬ ଟି କୋଠରୀ ଥିଲା ଏବଂ ଏହାରି ଭିତରେ କ୍ଷେପଣାସ୍ତ୍ର ତିଆରି କରାଯାଇଥିଲା। ଆକଳନ ଅନୁସାରେ, ପ୍ରତିବର୍ଷ ସେଠାରେ ୧୦୦ ରୁ ୩୦୦ କ୍ଷେପଣାସ୍ତ୍ର ଉତ୍ପାଦନ କରାଯାଉଥିଲା ଏବଂ ଏହାର ଲକ୍ଷଭେଦ କ୍ଷମତା ୩୦୦ କିଲୋମିଟର ପର୍ଯ୍ୟନ୍ତ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking