ନୂଆଦିଲ୍ଲୀ: ହମାସା ଓ ଇସ୍ରାଏଲ ଲଢ଼େଇରେ ପୁଣି ଯାଇଛି ଅନେକଙ୍କ ଜୀବନ । ଗାଜାର ଏକ ସ୍କୁଲରେ ଆଶ୍ରୟ ନେଇଥିବା ଶରଣାର୍ଥୀଙ୍କୁ ଟାର୍ଗେଟ କରି ଇସ୍ରାଏଲ ସେନା ଅଧରାତିରେ କରିଛି ଅତର୍କିତ ଆକ୍ରମଣ । ଘଟଣାରେ ଶତାଧିକ ଲୋକଙ୍କ ଜୀବନ ଯିବା ସହ ଅଗଣତି ଲୋକ ଆହତ ହୋଇଛନ୍ତି । ତେବେ ଆକ୍ରମଣ କିଛି ଡାକ୍ତରଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ସୂଚନା ରହିଛି । ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛି ମିଳିତ ଜାତିସଂଘ । ଆକ୍ରମଣ ଓ ପ୍ରତିଆକ୍ରମଣରେ ନିରୀହ ଲୋକଙ୍କ ଜୀବନ ହାନି ବିଶ୍ବ ପାଇଁ ଚିନ୍ତାର ବିଷୟ ଓ ଏହାର ସମାଧାନ ପାଇଁ ବିଶ୍ବ ରାଷ୍ଟ୍ର ସମୂହ ଆଗେଇ ଆସିବାକୁ ଅପିଲ କରିଛି ୟୁଏନ । ୨୦୦୩ ଅକ୍ଟୋବର ୭ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ଫଳରେ ହଜାରରୁ ଅଧିକ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଯାହାର ପାଲଟା ଜବାବ ଦେଉଛି ଇସ୍ରାଏଲ ।