22.1 C
Bhubaneswar
Sunday, March 23, 2025
Homeଦେଶ ବିଦେଶଗାଜାରେ ଇସ୍ରାଏଲ ଆକ୍ରମଣ : ୮୫ ପାଲେଷ୍ଟିନୀୟ ମୃତ

ଗାଜାରେ ଇସ୍ରାଏଲ ଆକ୍ରମଣ : ୮୫ ପାଲେଷ୍ଟିନୀୟ ମୃତ

ନୂଆଦିଲ୍ଲୀ: ବୁଧବାର ରାତି ସାରା ଇସ୍ରାଏଲ ଗାଜା ଉପରେ ବୋମା ବର୍ଷା କରିଛି । ଅନେକ ଘରକୁ ଟାର୍ଗେଟ୍ କରି ଇସ୍ରାଏଲ ଆକ୍ରମଣ କରିଥିବାରୁ ଏଥିରେ ମହିଳା, ଶିଶୁଙ୍କ ସମେତ ୮୫ ପାଲେଷ୍ଟିନୀୟଙ୍କ ମୃତୁ୍ୟ ହୋଇଥିବା ପାଲେଷ୍ଟିନୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି । ଇସ୍ରାଏଲ ବିମାନ ଆକ୍ରକଣରେ ମଙ୍ଗଳବାର କେବଳ ୪୦୦ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତୁ୍ୟ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ ଜାନୁଆରିରେ ଯୁଦ୍ଧବିରତି ହେବାପରେ ଇସ୍ରାଏଲ ପ୍ରଥମ ଥର ପାଇଁ ଗାଜାରେ ସ୍ଥଳ ଅପରେସନ୍ ଆରମ୍ଭ କରିଛି । ଗାଜାକୁ ଖାଦ୍ୟ, ଇନ୍ଧନ ସମେତ ଅନ୍ୟାନ୍ୟ ମାନବୀୟ ସହାୟତା ବନ୍ଦ କରିଦେଇଥିବା ଇସ୍ରାଏଲ ମଧ୍ୟ ହମାମ୍ ବିରୋଧରେ ଅପରେସନ୍ ଜୋରଦାର କରିବ ବୋଲି ପ୍ରତିଜ୍ଞା କରିଛି । ହମାସ ୫୯ ପଣବନ୍ଦୀଙ୍କୁ ମୁକ୍ତ ନକରିବା ପର୍ଯ୍ୟନ୍ତ ଏହା ସ୍ଥଳ ଅପରେସନ୍ ଜୋରଦାର କରିବ ବୋଲି କହିଛି । ଅନ୍ୟପକ୍ଷେ ହମାମ ଦାବି କରିଛି ଯେ ଗାଜାରୁ ସମ୍ପୂର୍ଣ୍ଣ ଭାବେ ଇସ୍ରାଏଲୀ ସେନା ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହା କୌଣସି ପଣବନ୍ଦୀଙ୍କୁ ଛାଡ଼ିବନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking