26.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶଗାଜା ଉପରେ ଇସ୍ରାଏଲର ଆକ୍ରମଣ, ୧୮ ମୃତ

ଗାଜା ଉପରେ ଇସ୍ରାଏଲର ଆକ୍ରମଣ, ୧୮ ମୃତ

ଜେରୁଜେଲମ: ଇସ୍ରାଏଲ-ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତିକୁ ନେଇ ଆଲୋଚନା ମଧ୍ୟରେ ପୁଣି ଗାଜା ଷ୍ଟ୍ରିପ୍‌ ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଏଥିରେ ମହିଳା ଓ ଶିଶୁଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ ୟେମେନର ଇରାନ ସମର୍ଥିତ ହୁତି ବିଦ୍ରୋହୀମାନେ ମଙ୍ଗଳବାର କେନ୍ଦ୍ରୀୟ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି। ଆକ୍ରମଣ କାରଣରୁ ସାଇରନ୍ ବାଜିଥିଲା ଏବଂ ଲୋକେ ଆତଙ୍କିତ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ତେବେ ଏଥିରେ ପ୍ରାଣହାନୀ ନେଇ କୌଣସି ଖବର ନାହିଁ। ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ, ଗାଜାର କେନ୍ଦ୍ରୀୟ ସହର ଡେର୍ ଅଲ୍-ବଲାହରେ ହୋଇଥିବା ଦୁଇଟି ଆକ୍ରମଣରେ ୨ ଜଣ ମହିଳା ଏବଂ ତାଙ୍କ ୪ ପିଲାଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ୟୁରୋପୀୟ ହସ୍ପିଟାଲ କହିଛି ଯେ, ଦକ୍ଷିଣ ସହର ଖାନ୍ ୟୁନିସରେ ହୋଇଥିବା ଦୁଇଟି ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଅଧିକାରୀଙ୍କ କହିବାନୁସାରେ, ଇସ୍ରାଏଲ୍ ଏବଂ ହାମାସ ମଧ୍ୟରେ ଗତ ଏକ ବର୍ଷ ଧରି ଚାଲିଆସୁଥିବା ଆଲୋଚନା ଏବେ ଅନ୍ତିମ ପର୍ଯ୍ୟାୟରେ ଏବଂ ଖୁବଶୀଘ୍ର ଆକ୍ରମଣ ବନ୍ଦ ହୋଇଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking