24.1 C
Bhubaneswar
Monday, March 23, 2026
Homeଦେଶ ବିଦେଶସିରିଆରେ ଇସ୍ରାଏଲ ଆକ୍ରମଣ : ୬୮ ଆତଙ୍କବାଦୀ ନିହତ

ସିରିଆରେ ଇସ୍ରାଏଲ ଆକ୍ରମଣ : ୬୮ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ : ସିରିଆର ପାଲମିରା ସହର ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ୬୮ ଜଣ ଇରାନ ସମର୍ଥକ ଆତଙ୍କବାଦୀ ନିହତ ହୋଇଛନ୍ତି।  ନିହତ ଆତଙ୍କବାଦୀଙ୍କ ମଧ୍ୟରେ ଇରାନ ସମର୍ଥକ ସିରିଆ ଗୋଷ୍ଠୀର ୪୨ ଜଣ, ୨୬ ଜଣ ବିଦେଶୀ ଏବଂ ଲେବାନନର ହେଜବୁଲ୍ଲା ସଶସ୍ତ୍ର ଗୋଷ୍ଠୀର ୪ ଜଣ ଆତଙ୍କବାଦୀ ଅଛନ୍ତି। ବ୍ରିଟେନ୍ ସ୍ଥିତ ସିରିଆନ୍ ଅବଜର୍ଭେଟୋରି ଫର୍ ହ୍ୟୁମାନ ରାଇଟ୍ସ ଵାର୍ ମନିଟର୍ସର ସୂଚନା ଅନୁସାରେ ଏହା ପୂର୍ବରୁ ବୁଧବାର ପୂର୍ବ ସିରିଆରେ ଆମେରିକାର ଏୟାର୍ ଷ୍ଟ୍ରାଇକ୍‌ରେ ୫ ଜଣ ଉଗ୍ରବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିଲେ।  ଆମେରିକାର ଯୁଦ୍ଧ ବିମାନ ଡେୟର୍ ଏଜ୍-ଜୋର ପ୍ରଦେଶର ଅଲ୍-କୁରିୟାହ ମରୁଭୂମିରେ ସାମରିକ ନିର୍ମାଣକୁ ଟାର୍ଗେଟ କରିଛି।  ଅଲ୍-ହାସାକା ପ୍ରଦେଶରେ ଥିବା ଏକ ଆମେରିକୀୟ ଘାଟି ନିକଟରେ ଇରାନ ସମର୍ଥକ ଆତଙ୍କବାଦୀଙ୍କ ଦ୍ବାରା ରକେଟ୍ ମାଡ଼ ହେବା ପରେ ଏହି ଆକ୍ରମଣ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking