18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶୟେମେନ୍ ମାଟିରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌; ଅଳ୍ପକେ ବର୍ତ୍ତିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ

ୟେମେନ୍ ମାଟିରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌; ଅଳ୍ପକେ ବର୍ତ୍ତିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ

ସାନା: ଇସ୍ରାଏଲ୍ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ। ଏଭଳି ଏକ ରିପୋର୍ଟ ଏବେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ରିପୋର୍ଟ ଅନୁସାରେ ଇସ୍ରାଏଲ ପକ୍ଷରୁ ୟେମେନ୍‌ର ସାନା ବିମାନ ବନ୍ଦର ଉପରେ ଅତର୍କିତ ଆକ୍ରମଣ କରାଯାଇଛି। ଇସ୍ରାଏଲ ସେନା କରିଥିବା ଏୟାରଷ୍ଟ୍ରାଇକ୍‌ରେ ମୁଖ୍ୟତଃ ୟେମେନ୍‌ର ବନ୍ଦର ଏବଂ ବିମାନବନ୍ଦରକୁ ଟାର୍ଗେଟ୍ କରାଯାଇଛି। ତେବେ ସାନା ବିମାନବନ୍ଦର ଉପରେ ଆକ୍ରମଣ ସମୟରେ ହୁ’ ମୁଖ୍ୟ ଟେଡ୍ରୋସ ଅଧାନୋମ୍ ଘେବ୍ରେୟେସସ୍ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତେବେ ସେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନିଜେ ଟ୍ରେଡୋସ ମଧ୍ୟ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।

ଗତ କିଛି ମାସ ଧରି ହୁତି ଯୁଦ୍ଧବିମାନ ଦ୍ୱାରା ବନ୍ଧକ ରହିଥିବା ଜାତିସଂଘର କର୍ମଚାରୀଙ୍କ ମୁକ୍ତି ପାଇଁ ବୁଝାମଣା କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ଟ୍ରେଡୋସ୍ ଅଧୋନାମ ଘେବ୍ରେସିୟସ ୟେମେନ ଗସ୍ତ କରିଥିଲେ। ସେଠାରେ ୟେମେନ୍ ସରକାରଙ୍କ ସହ ଏସମ୍ପର୍କରେ ଆଲୋଚନା ସାରି ସେ ଏବଂ ତାଙ୍କ ସହକର୍ମୀମାନେ ୟେମେନ୍‌ରୁ ଫେରିବା ପାଇଁ ବିମାନରେ ଚଢ଼ିବାକୁ ଯାଉଥିବାବେଳେ ଇସ୍ରାଏଲ୍ ସେନା ପକ୍ଷରୁ ଏଭଳି ଆକ୍ରମଣ ହୋଇଥିବା ବୋଲି କହିଛନ୍ତି। ୟେମେନ୍ ବିମାନବନ୍ଦରରେ ପ୍ରବଳ ବୋମାମାଡ଼ କରାଯାଇଥିଲା ଯେଉଁଥିରେ ତାଙ୍କ ବିମାନର ଜଣେ ସଦସ୍ୟ ମଧ୍ୟ ଆହତ ହୋଇଥିଲେ ଏବଂ ବିମାନବନ୍ଦରରେ ଉପସ୍ଥିତ ଅନ୍ୟ ଦୁଇ କର୍ମଚାରୀ ପ୍ରାଣ ହରାଇଥିଲେ। ଯଦିଓ ସେ ଏବଂ ତାଙ୍କ ସହକର୍ମୀ ସୁରକ୍ଷିତ ଅଛନ୍ତି କିନ୍ତୁ ବିମାନବନ୍ଦର ମରାମତି ହେବା ପର୍ଯ୍ୟନ୍ତ ସେମାନଙ୍କୁ ସାନାରେ ଅପେକ୍ଷା କରିବାକୁ ପଡିବ ବୋଲି ଟେଡ୍ରୋସ କହିଛନ୍ତି।

ଅନ୍ୟପକ୍ଷେ ସାନାରେ ହୋଇଥିବା ଆକ୍ରମଣ ସମ୍ପର୍କରେ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହା ସହିତ ସେ ଇସ୍ରାଏଲ୍‌କୁ ଅନ୍ତର୍ଜାତୀୟ ନିୟମକୁ ସମ୍ମାନ ଦେବା ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ସାଧାରଣ ନାଗରିକ ତଥା ମାନବିକ କର୍ମୀଙ୍କୁ କେବେବି ଟାର୍ଗେଟ୍ କରାଯିବା ଉଚିତ ନୁହେଁ। ସେ କହିଛନ୍ତି ଯେ, ୟେମେନରେ ଥିବା ସାନା ଅନ୍ତର୍ଜାତୀୟ ବିମାନବନ୍ଦର, ଲୋହିତ ସାଗର ବନ୍ଦର ଏବଂ ବିଦ୍ୟୁତ କେନ୍ଦ୍ର ଉପରେ ଏୟାର ଷ୍ଟ୍ରାଇକ ଅତ୍ୟନ୍ତ ବିପଜ୍ଜନକ। ଏହା ଦ୍ୱାରା ମାନିବକ ସହାୟତାରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି। ୟେମେନ୍‌ରେ ଥିବା ହୁତି ଆତଙ୍କୀ (ବିଦ୍ରୋହୀ ଗୋଷ୍ଠୀ)ଙ୍କ ବିରୋଧରେ ଇସ୍ରାଏଲ୍ ଯୁଦ୍ଧ ଲଢ଼ୁଛି। ହୁତି ବିଦ୍ରୋହୀ ଗୋଷ୍ଠୀ ଇସ୍ରାଏଲ୍‌କୁ ନିଜ ଶତ୍ରୁ ମଣୁଥିବା ବେଳେ ଇସ୍ରାଏଲ୍ ଉପରେ ଆକ୍ରମଣ କରୁଛନ୍ତି। ଅନ୍ୟପକ୍ଷେ ଏମାନଙ୍କୁ ନିପାତ କରିବା ଉଦ୍ଦେଶ୍ୟରେ ଇସ୍ରାଏଲ୍ ମଧ୍ୟ ୟେମେନ୍ ମାଟିରେ ଏୟାର ଷ୍ଟ୍ରାଇକ୍ କରିବା ପୂର୍ବକ ପ୍ରଚଣ୍ଡ ବୋମାମାଡ଼, ମିସାଇଲ ଆକ୍ରମଣ ଜାରି ରଖିଛି। ତେବେ ସଦ୍ୟ ଆକ୍ରମଣ ଘଟଣା ସମ୍ପର୍କାରେ ଇସ୍ରାଏଲ୍ ସେନା ସୂଚନା ଦେଇ କହିଛି ଯେ, ଏହା ସାନାର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏବଂ ହୋଡିଡା, ଅଲ-ସଲିଫ ଏବଂ ରସ କାଣ୍ଟିବ ବନ୍ଦର ତଥା ପାୱାର ଷ୍ଟେସନରେ ହୁତିମାନଙ୍କ ଦ୍ୱାରା ବ୍ୟବହୃତ ଭିତ୍ତିଭୂମି ଉପରେ ଆକ୍ରମଣ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking