29.1 C
Bhubaneswar
Friday, April 3, 2026
Homeଦେଶ ବିଦେଶଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ : ୧୫ ମୃତ

ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ : ୧୫ ମୃତ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଗାଜାରେ ଲୁଚିଥିବା ହମାସ ଆତଙ୍କବାଦୀଙ୍କ ଉପରେ ଇସ୍ରାଏଲ ପକ୍ଷରୁ ଆକ୍ରମଣ ଜାରି ରହିଛି। ଶନିବାର ସକାଳେ ଏହି ଅଞ୍ଚଳରେ ଇସ୍ରାଏଲ ପକ୍ଷରୁ ଏୟାରଷ୍ଟ୍ରାଇକ କରାଯାଇଛି। ଆକାଶମାର୍ଗରୁ ଘନ ଘନ ବୋମାମାଡ଼ କରାଯିବା ଫଳରେ ୧୫ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଇଥିବା ସୂଚନା ମିଳିଛି। ପାଲେଷ୍ଟାଇନର ସରକାରୀ ଖବର ସରବରାହ ସଂସ୍ଥା ଓ୍ବାଫା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଗତ ଅକ୍ଟୋବର ୭ ତାରିଖରେ ହମାସ ପକ୍ଷରୁ ପ୍ରଥମେ ଇସ୍ରାଏଲ ଉପରେ ଏୟାରଷ୍ଟ୍ରାଇକ କରାଯାଇଥିଲା। ଇସ୍ରାଏଲରେ ଏକ ପ୍ରାର୍ଥନାସ୍ଥଳରେ ହଜାର ହଜାର ଲୋକ ପ୍ରାର୍ଥନା କରୁଥିବାବେଳେ ହମାସ ୫ ହଜାରରୁ ଊର୍ଦ୍ଧ୍ବ ରକେଟ୍ ମାଡ଼ କରିଥିଲା। ଯାହାଫଳରେ ୧୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣା ପରଠାରୁ କେନ୍ଦ୍ରୀୟ ଗାଜାରେ ଲୁଚି ରହିଥିବା ହମାସ ଆତଙ୍କୀଙ୍କୁ ନିପାତ କରିବା ଲାଗି ଇସ୍ରାଏଲ ପକ୍ଷରୁ ଗତ ୧୦ ମାସ ଧରି ଆକ୍ରମଣ ଜାରି ରହିଛି। ମାତ୍ର ଏଥିରେ ଅନେକ ପାଲେଷ୍ଟାଇନ ନାଗରିକ ପ୍ରାଣ ହରାଉଥିବା ଅଭିଯୋଗ ହେଉଛି। ବିଗତ ୧୦ ମାସ ମଧ୍ୟରେ ଇସ୍ରାଏଲ ଆକ୍ରମଣରେ ୪୦ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking