18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶହାମାସ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ : ୬ ଜଣଙ୍କ ମୃତ୍ୟୁ

ହାମାସ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ : ୬ ଜଣଙ୍କ ମୃତ୍ୟୁ

ରାମାଲ୍ଲା : ହାମାସକୁ ଇସ୍ରାଏଲ ବଡ଼ କ୍ଷତି ପହଞ୍ଚାଇଛି। ଶନିବାର ଦିନ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ହାମାସର ଜଣେ ବରିଷ୍ଠ କମାଣ୍ଡର ନିହତ ହୋଇଛନ୍ତି। ଏହି ଆକ୍ରମଣରେ ଅନ୍ୟ ୪ ଜଣଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ଏକ ଗାଡି ଉପରେ ଏହି ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଅନ୍ୟ ଲୋକଙ୍କ ପରିଚୟ ଜଣାପଡ଼ିନାହିଁ। ଇସ୍ରାଏଲ ସେନା କହିଛି ଯେ ପାଲେଷ୍ଟାଇନ ପଶ୍ଚିମତଟରେ ଥିବା ତୁଲକରମ୍ ନିକଟରେ ଥିବା ଏକ ଆତଙ୍କବାଦୀ ସେଲ୍ ଉପରେ ମଧ୍ୟ ଏୟାରଷ୍ଟ୍ରାଇକ୍ କରାଯାଇଛି।
ଏହି ଆକ୍ରମଣ ପରେ ହମାସ କହିଛି ଯେ ଆମ ଯୋଦ୍ଧାଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ତୁଲକରମ୍ ବ୍ରିଗେଡର ଜଣେ କମାଣ୍ଡର ନିହତ ହୋଇଛନ୍ତି। ଇରାନର ରାଜଧାନୀ ତେହେରାନରେ ବୁଧବାର ସକାଳେ ହାମାସ ମୁଖ୍ୟ ଇସମାଇଲ ହାନିଆଙ୍କୁ ହତ୍ୟା କରାଯାଇଛି। ତେବେ ଇସ୍ରାଏଲ ଏପର୍ଯ୍ୟନ୍ତ ଏଥିପାଇଁ ନିଜକୁ ଦାୟୀ କରିନଥିଲେ ମଧ୍ୟ ଏହାକୁ ନେଇ ସନ୍ଦେହ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking