29.1 C
Bhubaneswar
Sunday, March 15, 2026
Homeଦେଶ ବିଦେଶଗାଜାକୁ ନର୍କ କରିଦେଲା ଇସ୍ରାଏଲ୍‌

ଗାଜାକୁ ନର୍କ କରିଦେଲା ଇସ୍ରାଏଲ୍‌

ନୂଆଦିଲ୍ଲୀ: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ର ଦକ୍ଷିଣ ଭାଗରେ ଚଳାଇଥିବା ଏୟାରଷ୍ଟ୍ରାଇକ୍‌ରେ ହମାସ୍‌ର ବରିଷ୍ଠ ରାଜନୈତିକ ନେତାଙ୍କ ସମେତ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ପିଲା ରହିଛନ୍ତି। ଲୋକମାନଙ୍କୁ ଘର ଛାଡ଼ି ପଳାଇଯିବା ପାଇଁ ଇସ୍ରାଏଲ୍ ସେନା ନିର୍ଦ୍ଦେଶ ଦେଇଥିବାବେଳେ ଦାକ୍ଷିଣାତ୍ୟ ସହର ରାଫାହରେ ଇସ୍ରାଏଲୀ ଟ୍ୟାଙ୍କ୍‌ଗୁଡ଼ିକ ଅଗ୍ରସର ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଗତ ଜାନୁଆରୀ ୧୯ରୁ ଅସ୍ତ୍ରବିରତି ଲାଗୁ ହେବା ସହ ୬ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଧରି ଯୁଦ୍ଧ ବନ୍ଦ ରହିଥିଲା।

ତେବେ ଗତ ମଙ୍ଗଳବାରଠାରୁ ଇସ୍ରାଏଲ୍ ଅସ୍ତ୍ରବିରତି ଚୁକ୍ତିନାମାର ଉଲ୍ଲଂଘନ କରି ଗାଜା ଉପରେ ଜୋର୍‌ଦାର ଆକ୍ରମଣ କରିବାରୁ ଅନ୍ୟୂନ ୬୩୪ ଜଣଙ୍କ ଜୀବନ ଗଲାଣି। ବର୍ତ୍ତମାନ ସୁଦ୍ଧା ଗାଜା ଯୁଦ୍ଧରେ ପାଲେଷ୍ଟିନୀୟଙ୍କ ମୃତ୍ୟୁସଂଖ୍ୟା ୫୦,୦୦୦ ଟପିଛି। ହମାସ୍ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଆକ୍ରମଣ କରାଯାଉଥିବା ଇସ୍ରାଏଲ୍ କହୁଥିବାବେଳେ ବୋମାମାଡ଼ରେ ସାଧାରଣ ଲୋକେ ହିଁ ଅଧିକ ମରୁଛନ୍ତି। ଉତ୍ତର ଗାଜାରେ ସେନା ପକ୍ଷରୁ ସ୍ଥଳଯୁଦ୍ଧ ଆରମ୍ଭ ହୋଇଛି। ରବିବାର ଭୋର ସମୟରେ ଇସ୍ରାଏଲ୍ ଆକ୍ରମଣରେ ବରିଷ୍ଠ ହମାସ୍ ନେତା ସଲାହ ଅଲ୍‌-ବରଦାୱିଲ ଓ ତାଙ୍କ ସ୍ତ୍ରୀ ନିହତ ହୋଇଛନ୍ତି। ଦକ୍ଷିଣ ଗାଜାର ଖାନ୍ ୟୁନିସ୍‌ରେ ଥିବା ତାଙ୍କ ଘରକୁ ଟାର୍ଗେଟ କରି ବୋମାମାଡ଼ କରାଯାଇଥିଲା। ସଲାହଙ୍କ ମୃତ୍ୟୁ ଗାଜାରେ ସ୍ୱାଧୀନତା ସଂଗ୍ରାମକୁ ଇନ୍ଧନ ଯୋଗାଇବ ବୋଲି ହମାସ୍ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking