29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶହମାସ୍ ସରକାରଙ୍କ ମୁଖିଆଙ୍କୁ ଏୟାରଷ୍ଟ୍ରାଇକ୍ କରି ମାରିଲା ଇସ୍ରାଏଲ୍‌

ହମାସ୍ ସରକାରଙ୍କ ମୁଖିଆଙ୍କୁ ଏୟାରଷ୍ଟ୍ରାଇକ୍ କରି ମାରିଲା ଇସ୍ରାଏଲ୍‌

ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଗୁରୁବାର ପାଲେଷ୍ଟାଇନ୍ ସଙ୍ଗଠନ ହମାସ୍‌ର ୩ ଜଣ ବରିଷ୍ଠ କମାଣ୍ଡୋଙ୍କୁ ହତ୍ୟା କରିଥିବା ଦାବି କରିଛି । ଏହି ଆକ୍ରମଣରେ ଗାଜା ସରକାରଙ୍କ ମୁଖ୍ୟ ରାୱି ମୁଶ୍‌ତାଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ଅପରେସନ ବିଷୟରେ ସବିଶେଷ ତଥ୍ୟ ଦେଇ ଆଇଡିଏଫ୍ କହିଛି ଯେ ଉତ୍ତର ଗାଜାରେ ଏକ ଅଣ୍ଡରଗ୍ରାଉଣ୍ଡ କମ୍ପାଉଣ୍ଡ ଉପରେ ଆକ୍ରମଣ କରାଯାଇଛି । ଏଥିରେ ରାୱି ମୁଶ୍‌ତା ଏବଂ ଅନ୍ୟ ଦୁଇ ଜଣ ହମାସ୍ କମାଣ୍ଡୋଙ୍କ ମୃତ୍ୟୁ ହୋଇଛି । ମୃତ କମାଣ୍ଡୋ ଦୁଇଜଣ ହେଲେ ସମେହ ସିରାଜ ଓ ସମେହ ଔଦେହ । ଯଦିଓ ହମାସ୍ ତରଫରୁ ବର୍ତ୍ତମାନ ସୁଦ୍ଧା ଏହା ଉପରେ କୌଣସି ଟିପ୍ପଣୀ ଦିଆଯାଇ ନାହିଁ । ଇସ୍ରାଏଲ ସେନା କହିଛି, ୩ ଜଣ କମାଣ୍ଡୋ ଉତ୍ତର ଗାଜାରେ ଏକ ଅଣ୍ଡରଗ୍ରାଉଣ୍ଟ କ୍ୟାମ୍ପସ୍‌ରେ ଆଶ୍ରୟ ନେଇଥିଲେ । ଏହି ଜାଗାକୁ ସେମାନେ ନିଜର କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟର ରୂପେ ବ୍ୟବହାର କରୁଥିଲେ ।

ବରିଷ୍ଠ କମାଣ୍ଡୋମାନେ ଦୀର୍ଘ ଦିନ ଧରି ଏହିଠାରେ ଆରାମଦାୟକ ଭାବେ ରହୁଥିଲେ । ଆଇଡିଏଫ୍ କହିଛି ଯେ ଅକ୍ଟୋବର ୭ ନରସଂହାର ପାଇଁ ଦାୟୀ ସମସ୍ତ ଆତଙ୍କବାଦୀଙ୍କୁ ଖୋଜି ବାହାର କରାଯିବ । ରାୱି ମୁଶ୍‌ତା ଥିଲେ ହମାସ୍‌ର ଟପ୍ ନେତା ୟାହ୍ୱା ସିନୱାରଙ୍କର ଘନିଷ୍ଠ ସହଯୋଗୀ । ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ଷଡ଼ଯନ୍ତ୍ର ରଚିବାରେ ସେ ସାହାଯ୍ୟ କରିଥିଲେ । ଏଥିରେ ୧୦୦ରୁ ଅଧିକ ଲୋକ ମରିଥିଲେ । ଗତ ସପ୍ତାହରେ ଇସ୍ରାଏଲ ଲେବାନନ୍‌ର ବେରୁତରେ ଏକ ଆକ୍ରମଣରେ ହିଜବୁଲ୍ଲାର ମୁଖ୍ୟ ହସନ ନସରୁଲ୍ଲାଙ୍କୁ ମାରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking