33.1 C
Bhubaneswar
Friday, April 3, 2026
Homeଦେଶ ବିଦେଶସିରିଆର ଲାଲ ରେଖା ଅତିକ୍ରମ କରିଛି ଇସ୍ରାଏଲ: ଏଚ୍‌ଟିଏସ୍ ମୁଖ୍ୟ

ସିରିଆର ଲାଲ ରେଖା ଅତିକ୍ରମ କରିଛି ଇସ୍ରାଏଲ: ଏଚ୍‌ଟିଏସ୍ ମୁଖ୍ୟ

ତେଲଅଭିଭ: ସିରିଆର ବିଦ୍ରୋହୀ ଗୋଷ୍ଠୀ ସିରିଆକୁ ନିଜ ଦଖଲକୁ ନେବାପରେ ସେଠାକାର ପରିସ୍ଥିତି ବଦଳିଯାଇଛି। ଅନ୍ୟପକ୍ଷେ ସିରିଆର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଇସ୍ରାଏଲ ପକ୍ଷରୁ ପଡୋଶୀ ମୁସିଲିମ୍ ବହୁଳ ରାଷ୍ଟ୍ର ଜୋର୍ଡାନ ସହିତ ଗୁପ୍ତ ଆଲୋଚନା ଜାରି ରହିଛି। ଇସ୍ରାଏଲର ଅଧିକାରୀ କହିଛନ୍ତି, ଇସ୍ରାଏଲର ସୁରକ୍ଷା ଏଜେନ୍ସିର ନିର୍ଦ୍ଦେଶକ ସଚିନ ବେଟ୍ ଏବଂ ବରିଷ୍ଠ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍‌) ଅଧିକାରୀମାନେ ଜୋର୍ଡାନର ଜେନେରାଲ ଇଣ୍ଟେଲିଜେନ୍ସ ସର୍ଭିସର ନିର୍ଦ୍ଦେଶକ ଅହମ ହୁସନି ଏବଂ ଜୋର୍ଡାନର ବରିଷ୍ଠ ସେନା ଅଧିକାରୀଙ୍କୁ ସାକ୍ଷାତ କରିଛନ୍ତି। ଆଲୋଚନାରେ ଇସ୍ରାଏଲ ଅଧିକୃତ ୱେଷ୍ଟବ୍ୟାଙ୍କକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବିଷୟରେ ବିଚାରବିମର୍ଶ କରାଯାଉଛି। ସେହିପରି ସିରିଆର ରାସାୟନିକ ଅସ୍ତ୍ରଶସ୍ତ୍ର ଭଣ୍ଡାର ବିଦ୍ରୋହୀଙ୍କ ହାତରେ ନ ପଡ଼ିବା ପାଇଁ ଇସ୍ରାଏଲ ଆକ୍ରମଣ କରିବା ସହ ସିରିଆର କେତେକ ଅଞ୍ଚଳ ଦଖଲ କରିବାରେ ଲାଗିଛି। ଏପରିକି ଦୁଇ ଦେଶ ମଧ୍ୟରେ ଥିବା ବଫର ଜୋନ୍‌କୁ ମଧ୍ୟ ଇସ୍ରାଏଲ୍ ସେନା କବ୍‌ଜା କରିନେଇଛନ୍ତି।

ପ୍ରକାଶ, ସିରିଆରେ ବଶର ଅଲ-ଅସଦଙ୍କ ଶାସନର ପତନ ଘଟିଛି। ଅସଦ୍ ଏବେ ନିଜ ପରିବାର ସହ ରୁଷ୍ ଶରଣରେ ରହିଛନ୍ତି। ଫଳରେ ସିରିଆରେ ଏକରକମ ଅରାଜକତା ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ସିରିଆର ଏପ୍ରକାର ଜବରଦଖଲ କରାଯିବାକୁ ନେଇ ସିରିଆ ମିଶନ ମିଳିତ ଜାତିସଂଘକୁ କହିଛି ଯେ, ଇସ୍ରାଏଲର ଦଖଲ ହେଉଛି ସିରିଆର ସାର୍ବଭୌମତ୍ୱର ଉଲ୍ଲଂଘନ। ଏସବୁ ମଧ୍ୟରେ ଇସ୍ରାଏଲ୍‌ର ବାୟୁସେନା ସିରିଆ ଉପରେ ପ୍ରାୟ ୫୦୦ ଏୟାର ଷ୍ଟ୍ରାଇକ୍ କରିସାରିଛି। ଆଇଡିଏଫ୍ ଅନୁଯାୟୀ, ରାସାୟନିକ ଅସ୍ତ୍ରଶସ୍ତ୍ର ବିଦ୍ରୋହୀଙ୍କ ହାତରେ ନ ପଡ଼ିବା ପାଇଁ ଏହା କରାଯାଇଛି। କିନ୍ତୁ ସିରିଆ ବିଦ୍ରୋହୀ ଇସ୍ରାଏଲର ଏପ୍ରକାର ଆଭିମୁଖ୍ୟକୁ କଡା ନିନ୍ଦା କରିଛନ୍ତି। ଇସ୍ର୍ରାଏଲ ସିରିଆ ଉପରେ ଆକ୍ରମଣ କରି ଲାଲ ରେଖା ଅତିକ୍ରମ କରିଛି ବୋଲି ବିଦ୍ରୋହୀ ଗୋଷ୍ଠୀ ଚେତାବନୀ ଦେଇଛନ୍ତି। ତେବେ ସିରିଆର ବିଦ୍ରୋହୀ ଗୋଷ୍ଠୀ ଏଚ୍‌ଟିଏସ୍ ମୁଖ୍ୟ ହାୟାତ୍ ତାହିର ଅଲ-ଶାମ୍ କହିଛନ୍ତି, ସିରିଆ ଗୃହଯୁଦ୍ଧ ପରେ ପୁନଃ ନିର୍ମାଣ ଏବଂ ସ୍ଥିରତା ଉପରେ ଧ୍ୟାନ ଦେବ ଏବଂ ଏକ ନୂତନ ବିବାଦରେ ଛନ୍ଦି ହେବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking