24.1 C
Bhubaneswar
Monday, April 6, 2026
Homeଖେଳଟିମ୍ ଇଣ୍ଡିଆକୁ ଫେରିପାରନ୍ତି ଈଶାନ୍ କିଶନ୍

ଟିମ୍ ଇଣ୍ଡିଆକୁ ଫେରିପାରନ୍ତି ଈଶାନ୍ କିଶନ୍

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ଭାରତୀୟ କ୍ରିକେଟ୍ ଟିମ୍‌ରୁ ବାହାରେ ଥିବା ୱିକେଟ୍‌କିପର୍ ବ୍ୟାଟର୍ ଈଶାନ କିଶନ୍‌ଙ୍କୁ ନେଇ ନୂଆ ଅପ୍‌ଡେଟ୍ ସାମ୍ନାକୁ ଆସିଛି। ଘରୋଇ କ୍ରିକେଟ୍‌ରେ ଝାଡ଼ଖଣ୍ଡ ପକ୍ଷରୁ ଖୁବ୍ ରନ୍ ସଂଗ୍ରହ କରିଥିବା ଈଶାନ୍ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ-ଏ’ ଟିମ୍‌ରେ ସାମିଲ ହୋଇପାରନ୍ତି। ଯଦିଓ ଏ ନେଇ ଆଧିକାରିକ ସୂଚନା ମିଳିନାହିଁ, ତେବେ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ-ଏ’ ଟିମ୍‌ରେ ସାମିଲ ହେବାର ସଙ୍କେତ ମିଳିଛି। ଭାରତ-ଏ’ ଏବଂ ଅଷ୍ଟ୍ରେଲିଆ-ଏ’ ମଧ୍ୟରେ ଦୁଇଟି ଚାରିଦିବସୀୟ ମ୍ୟାଚ୍ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଖେଳାଳି ଇଣ୍ଟ୍ରା-ସ୍କ୍ୱାଡ୍ ମ୍ୟାଚ୍ ଖେଳିବେ। ଭାରତ-ଏ’ ଓ ଅଷ୍ଟ୍ରେଲିଆ-ଏ’ ମଧ୍ୟରେ ପ୍ରଥମ ମ୍ୟାଚ୍ ଅକ୍ଟୋବର ୩୧ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଖେଳାଯିବ।

ଏହାପରେ ଦ୍ୱିତୀୟ ମ୍ୟାଚ୍ ନଭେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ମେଲବର୍ଣ୍ଣରେ ଆୟୋଜିତ ହେବ। ଏହି ଗସ୍ତ ପାଇଁ ବିସିସିଆଇ ଖୁବ୍‌ଶୀଘ୍ର ଭାରତୀୟ ଟିମ୍ ଘୋଷଣା କରିପାରେ ଏବଂ ଈଶାନ୍ କିଶନ୍‌ଙ୍କୁ ଏହି ଟିମ୍‌ରେ ସାମିଲ କରିବା ସମ୍ଭାବନା ରହିଛି। ଏହି ଗସ୍ତ ପାଇଁ ଋତୁରାଜ ଗାଏକ୍‌ୱାଡ୍ କିମ୍ବା ଅଭିମନ୍ୟୁ ଈଶ୍ୱରନ୍‌ଙ୍କୁ ଟିମ୍‌ର ନେତୃତ୍ୱ ମିଳିପାରେ। ୨୦୨୨ ଡିସେମ୍ବରରେ ଟିମ୍ ଇଣ୍ଡିଆ ୱିକେଟ୍‌କିପର୍ ଋଷଭ ପନ୍ତ୍ ଦୁର୍ଘଟଣାର ଶିକାର ହେବା ପରଠାରୁ ଈଶାନ୍ କିଶନ୍ ସୀମିତ ଓଭର୍ ଫର୍ମାଟ୍‌ରେ ଲଗାତାର ଭାରତ ପାଇଁ ଖେଳିଆସୁଥିଲେ। ମାତ୍ର ଚଳିତ ବର୍ଷ ବିସିସିଆଇ ତାଙ୍କୁ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରୁ ବାହାର କରିଦେଇଥିଲା। ଈଶାନ୍ ଆଇପିଏଲ୍ ଖେଳୁଥିଲେ ମଧ୍ୟ ଭାରତୀୟ ଟିମ୍ ବାହାରେ ଅଛନ୍ତି। ଏବେ ଲାଗୁଛି ଈଶାନ୍ କିଶନ୍‌ଙ୍କୁ ଖୁବ୍‌ଶୀଘ୍ର ବିସିସିଆଇ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ସ୍ଥାନ ମିଳିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking