22.1 C
Bhubaneswar
Friday, January 16, 2026
Homeଖେଳଈଶାନ୍ କିଶନ୍ ଝାଡ଼ଖଣ୍ଡ ରଣଜୀ ଟିମ୍ କ୍ୟାପ୍‌ଟେନ୍

ଈଶାନ୍ କିଶନ୍ ଝାଡ଼ଖଣ୍ଡ ରଣଜୀ ଟିମ୍ କ୍ୟାପ୍‌ଟେନ୍

ନୂଆଦିଲ୍ଲୀ: ଗତବର୍ଷ ଡିସେମ୍ବରରୁ ଟିମ୍ ଇଣ୍ଡିଆ ବାହାରେ ଥିବା ଭାରତୀୟ ୱିକେଟ୍‌କିପର୍ ବ୍ୟାଟର୍ ଈଶାନ୍ କିଶନ୍‌ଙ୍କୁ ରଣଜୀ ଟ୍ରଫି ୨୦୨୪-୨୫ ସିଜନ୍ ପାଇଁ ଝାଡ଼ଖଣ୍ଡ ଟିମ୍‌ର କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି। ଶେଷଥର ପାଇଁ ୨୦୧୮-୧୯ରେ ଝାଡ଼ଖଣ୍ଡ ଟିମ୍‌ର ନେତୃତ୍ୱ ନେଇଥିବା ଈଶାନ୍ କିଶନ୍ ବିସିସିଆଇ ନିର୍ଦ୍ଦେଶ ସତ୍ତ୍ୱେ ଗତ ରଣଜୀ ସିଜନ୍‌ରେ ଖେଳିନଥିଲେ। ନିକଟରେ ଶେଷ ହୋଇଥଽା ଇରାନୀ କପ୍‌ରେ ତାଙ୍କୁ ଅବଶିଷ୍ଟ ଭାରତ ଟିମ୍‌ରେ ସାମିଲ କରାଯାଇଥିଲା ଏବଂ ମୁମ୍ବାଇ ବିପକ୍ଷରେ ସେ ୩୮ ରନ୍ କରିଥିଲେ। ଏହା ପୂର୍ବରୁ ଦୁଲୀପ୍ ଟ୍ରଫି ଜରିଆରେ ଈଶାନ୍ ଦୁଇବର୍ଷ ପରେ ଘରୋଇ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ।

୨୦୨୨ରେ ସେ ଶେଷଥର ପାଇଁ ପ୍ରଥମଶ୍ରେଣୀ କ୍ରିକେଟ୍ ଖେଳିଥିଲେ। ୨୦୨୪ ଫେବୃଆରୀରେ ଘରୋଇ କ୍ରିକେଟ୍‌କୁ ଅଗ୍ରାଧିକାରୀ ନଦେବା କାରଣରୁ ଈଶାନ୍‌ଙ୍କୁ ବିସିସିଆଇ କଣ୍ଟ୍ରାକ୍ଟରୁ ବାହାର କରାଯାଇଥିଲା। ସେତେବେଳେ ବିସିସିଆଇ ସମ୍ପାଦକ ଜୟ ଶାହ ଟିମ୍ ଇଣ୍ଡିଆରେ ଚେତାବନୀ ଦେଇ କହିଥିଲେ, ଜାତୀୟ ଟିମ୍‌ରେ ସ୍ଥାନ ହାସଲ ପାଇଁ ବାହାରେ ଥିôବା କ୍ରିକେଟର୍‌ଙ୍କୁ ଘରୋଇ କ୍ରିକେଟ୍‌ରେ ଭାଗ ନେବାକୁ ପଡ଼ିବ। ମାତ୍ର ଈଶାନ୍ ଏହି ଚେତାବନୀକୁ ଖାତିର ନକରି ଘରୋଇ ଟିମ୍ ଝାଡ଼ଖଣ୍ଡ ପକ୍ଷରୁ ଗୋଟିଏ ବି ରଣଜୀ ଟ୍ରଫି ମ୍ୟାଚ୍ ଖେଳିନଥିଲେ। ଅନ୍ୟପକ୍ଷରେ ବରୋଦାରେ ପାଣ୍ଡ୍ୟାଭ୍ରାତାଙ୍କ ସହ ଅଭ୍ୟାସ ଆରମ୍ଭ କରିଥିଲେ। ଏହି କାରଣରୁ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଟିମ୍‌ରେ ଚୟନ କରାଯାଇ ନଥିଲା।

ରଣଜୀ ଟ୍ରଫିରେ ଈଶାନ୍ ୱିକେଟ୍‌କିପିଂ କରିନପାରନ୍ତି। କାରଣ ଟିମ୍‌ରେ କୁମାର କୁଶାଗ୍ର ଏବଂ ଅନୁକୂଳ ରାୟଙ୍କ ରୂପରେ ଆଉ ଦୁଇଜଣ ୱିକେଟ୍‌କିପର୍‌ଙ୍କୁ ସାମିଲ କରାଯାଇଛି। ଝାଡ଼ଖଣ୍ଡ ପ୍ରଥମ ମ୍ୟାଚ୍ ଗୁଆହାଟୀରେ ଅକ୍ଟୋବର ୧୧ରେ ଆସାମ ବିପକ୍ଷରେ ଖେଳିବ।

ଝାଡ଼ଖଣ୍ଡ ଟିମ୍ (ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ): ଈଶାନ୍ କିଶନ୍ (କ୍ୟାପ୍‌ଟେନ୍‌), ବିରାଟ ସିଂହ (ଭାଇସ୍ କ୍ୟାପ୍‌ଟେନ୍‌), କୁମାର କୁଶାଗ୍ର (ୱିକେଟ୍‌କିପର୍‌), ମାଜିମ୍ ସିଦ୍ଦିକି, ଆର୍ଯ୍ୟମନ ସେନ୍‌, ଶରଣଦୀପ ସିଂହ, କୁମାର ସୂରଜ, ଅନୁକୂଳ ରାୟ (ୱିକେଟ୍‌କିପର୍‌), ଉତ୍କର୍ଷ ସିଂହ, ସୁପ୍ରିୟୋ ଚକ୍ରବର୍ତ୍ତୀ, ସୌରଭ ଶେଖର, ବିକାଶ କୁମାର, ବିବେକାନନ୍ଦ ତିୱାରୀ, ମନୀଷୀ, ରବି କୁମାର ଯାଦବ, ରୌନମ କୁମାର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking