ଭୁବନେଶ୍ୱର : ଯଦି ଆପଣଙ୍କର ଏସିଡିଟି ହେଉଛି ତାହାହେଲେ କଣ କରିବେ ଆସନ୍ତୁ ଜାଣିବା । ଏସିଡିଟି ହେବା ଏକ ସାଧାରଣ ସମସ୍ୟା । ଯାହା ଅନେକ କାରଣରୁ ଘଟିଥାଏ । ଯେପରି ଭୁଲ ଖାଦ୍ୟ ଖାଇଲେ , ଖାଦ୍ୟ ବିଳମ୍ବରେ ଖାଇଲେ । ଏସିଡିଟି ହେବାର ସମ୍ଭାବନା ଥାଏ । ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଗରମ ପାଣି ପିଅନ୍ତୁ । ଯାହା ଆପଣଙ୍କ ପେଟକୁ ସଫା ରଖିବା ସହିତ ମେଟାବୋଲିଜିମକୁ ବୃଦ୍ଧି କରାଏ । ଅଦା ଏବଂ ମହୁ ଖାଇବା ଦ୍ୱାରା ଗ୍ୟାସ ସମସ୍ୟାରୁ ମୁକ୍ତି ପାଇପାରିବେ । ଅଦାର ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଛି ଯାହା ଗ୍ୟାସ ସମସ୍ୟାକୁ ହ୍ରାସ କରେ । ଘିଅ ଏବଂ କଦଳୀ ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ହ୍ରାସ ପାଏ । ଯାହା ଖାଦ୍ୟ ହଜମ ପ୍ରକ୍ରିୟାକୁ ସାହାଯ୍ୟ କରେ । ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ଆପଣହ୍କୁ ଯୋଗ ଏବଂ ଧ୍ୟାନ କରିବାକୁ ପଡିବ । ଚାପସ୍ତର ହ୍ରାସ ପାଇବ ।