32.1 C
Bhubaneswar
Wednesday, September 18, 2024
Homeଓଡିଶାଭୁବନେଶ୍ୱର ପ୍ରକୃତରେ ସ୍ମାର୍ଟ ସିଟି କି? : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ପ୍ରକୃତରେ ସ୍ମାର୍ଟ ସିଟି କି? : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ପ୍ରକୃତରେ ସ୍ମାର୍ଟ ସିଟି କି ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ପ୍ରଶ୍ନ କରିଛନ୍ତି । ରାଜ୍ୟସ୍ତରୀୟ ସ୍ୱାୟତ୍ତଶାସନ ଦିବସ ସମାରୋହରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ପ୍ରଶ୍ନ କରିଛନ୍ତି । ଏହାଛଡ଼ା ସମସ୍ତ ଆଧୁନିକୀକରଣ ଲୋକଙ୍କ ପାଖରେ ପହଞ୍ଚିଛି କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଅସରାଏ ବର୍ଷାରେ ଇଷ୍କନ ସମ୍ମୁଖରେ କୃତ୍ରିମ ବନ୍ୟା ହେଉଛି । ମୁକୁଳା ଡ୍ରେନରେ ଜୀବନ ଯାଉଛି । ଏନେଇ କାର୍ଯ୍ୟ କରିବାକୁ ପଡ଼ିବ । ସ୍ମାର୍ଟସିଟିର ସମସ୍ତ ମାଷ୍ଟର ପ୍ଲାନ ପୂରଣ ହୋଇପାରିନି । ତେଣୁ ରାଜନୀତିରୁ ଊଦ୍ଧ୍ୱର୍ରେ ରହି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏଥିସହ ସେ ସମସ୍ତଙ୍କୁ ନିରପେକ୍ଷ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking