18.1 C
Bhubaneswar
Friday, December 27, 2024
Homeଓଡିଶାଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଚଢାଉ ;ରେଡ୍ ବେଳେ ୧୧ ଲକ୍ଷ ଟଙ୍କା ସହ...

ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ଘରେ ଚଢାଉ ;ରେଡ୍ ବେଳେ ୧୧ ଲକ୍ଷ ଟଙ୍କା ସହ ପ୍ରଚୁର ସୁନା ଗହଣା ଜବତ

ବାଲେଶ୍ୱର : ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ତେବେ ଏହି ଚଢାଉରେ ଭିଜିଲାନ୍ସର ୯ ଜଣିଆ ଟିମ ଚଢାଉରେ ସାମିଲ ଅଛନ୍ତି । ଅଧିକ୍ଷଣ ଯନ୍ତ୍ରୀଙ୍କ ଅଫିସ ଓ ସରକାରୀ ବାସଭବନରେ ଚଢାଉ ଚାଲିଥିବା ଜଣାପଡିଛି । ଏଥିସହ ଜଳେଶ୍ୱରସ୍ଥିତ ପୈତୃକ ଘରେ ଓ ଫାର୍ମ ହାଉସରେ ଚଢାଉ ଚାଲିଛି । ଭିଜିଲାନ୍ସ ଟିମ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢାଉ କରୁଛନ୍ତି । ଅଧିକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କର ରହିଛି ୮୫ ପ୍ଲଟ୍ । କେବଳ ଜଳେଶ୍ୱରରେ ରହିଛି ୮୦ ପ୍ଲଟ୍‌  । ଜଲେଶ୍ୱରରେ ପାଖାପାଖି ପାଞ୍ଚ ମହଲା କୋଠା ଯାହା ୧୨,୫୦୦ ବର୍ଗଫୁଟ ବିଶିଷ୍ଟ ଓ ଏକ ମାର୍କେଟ କମ୍ପ୍ଲେକ୍ସ ଠାବ ହୋଇଛି । ପୁରୀର ଡେଲାଙ୍ଗରେ ୪ଟି ପ୍ଲଟ୍ ଥିବାବେଳେ ପଶ୍ଚିମବଙ୍ଗର ସୁନାକନିଆରେ ଗୋଟିଏ ପ୍ଲଟ୍ ରହିଛି । ବାଲେଶ୍ୱର ଗୋବର ଘାଟ ଜଳେଶ୍ୱରରେ ନବ ନିର୍ମାଣ କୋଠା ଘର ରହିଛି ଯାହା ୫୬୫୦ ବର୍ଗଫୁଟ ବିଶିଷ୍ଟ । ତେବେ ସବୁ ପ୍ଲଟଗୁଡିକ ଶ୍ରୀ ପ୍ରଧାନ ତାଙ୍କ ନାମରେ ତଥା ତାଙ୍କ ପରିବାର ସଦସ୍ୟଙ୍କ ନାମରେ କିଣିଥିଲେ। ତେବେ ୧୧ ଲକ୍ଷ ୭୦ ହଜାର ୯୮୦ ଟଙ୍କା ନଗଦ ଜବତ ହୋଇଛି । ୨୧୮ ଗ୍ରାମ ସୁନା, ଗୋଟିଏ ସୁନା ବିସ୍କୁଟ ଜବତ ହୋଇଛି । ଏହା ସହ କିଛି ବ୍ୟାଙ୍କ ଜମା ଓ କାଗଜପତ୍ର ମଧ୍ୟ ଜବତ କରାଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking