19.1 C
Bhubaneswar
Saturday, February 7, 2026
Homeଓଡିଶାଆଇଆରବି କନେଷ୍ଟବଳ ନିଯୁକ୍ତି ମାମଲା: ୩ ବର୍ଷ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଇଆରବି କନେଷ୍ଟବଳ ନିଯୁକ୍ତି ମାମଲା: ୩ ବର୍ଷ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ବୟସ ଯୋଗ୍ୟତା ଦୃଷ୍ଟିରୁ ଓଡିଶାରେ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି) କନଷ୍ଟେବଳ ନିଯୁକ୍ତି ସମ୍ପର୍କିତ ମାମଲାରେ ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଆଧାରରେ ସର୍ବାଧିକ ୩ ବର୍ଷ ବୟସସୀମା କୋହଳ କରିଛନ୍ତି । ଆଜି ମାମଲାର ଶୁଣାଣିବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା । ଏଥିରେ ଦର୍ଶାଯାଇଥିଲା ଯେ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସର୍ବାଧିକ ୩ ବର୍ଷ ବୟସୀମା କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟ ସରକାରଙ୍କ ଏତାଦୃଶ ସତ୍ୟପାଠ ଆଧାରରେ କନେଷ୍ଠବଳ ନିଯୁକ୍ତି ନିମନ୍ତେ ସର୍ବାଧିକ ୩ ବର୍ଷ ବୟସସୀମା କୋହଳ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି ଅଦାଲତ । ଆଇଆରବିରେ ୧,୮୦୦ ରୁ ଅଧିକ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ଚଳିତ ମାସ ୧୭ ତାରିଖରେ ଆରମ୍ଭ ହେବାକୁ ଥିଲା। ତେବେ ବିଜ୍ଞପ୍ତି ପୂର୍ବରୁ ଛଅ ବର୍ଷ ଧରି ଆଇଆରବିକନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ପ୍ରକାଶ କରାଯାଇ ନଥିଲା। ତେଣୁ, ବୟସ କାରଣରୁ ଅନେକ ଚାକିରି ଆଶାୟୀ ପଦବୀ ପାଇଁ ଆବେଦନ କରିବାର ସୁଯୋଗ ପାଇ ନଥିଲେ। ଫଳରେ ଅଧିକ ବୟସର ଆବେଦନକାରୀଙ୍କୁ ସୁଯୋଗ ଦେବାକୁ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ମାମଲାର ଶୁଣାଣି କରି ସର୍ବାଧିକ ୫ ବର୍ଷ ବୟସସୀମା କୋହଳ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ । ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କ ଆଦେଶକୁ ବିରୋଧ କରି ରାଜ୍ୟ ସରକାର ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ଆଜି ଜଣିକିଆ ବିଚାରପତିଙ୍କ ରାୟରେ ପରିବର୍ତ୍ତନ କରି ସର୍ବାଧିକ ବୟସସୀମା ୩ ବର୍ଷ କୋହଳ କରିବାକୁ ଆଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking